fbpx

ଏବେ ଆହୁରି ପଡ଼ିବ ମହଙ୍ଗା ମାଡ଼, ବଢ଼ିଲା ଅଶୋଧିତ ତୈଳ ଦାମ, ପେଟ୍ରୋଲ ସହିତ ବିଗିଡ଼ିବ ରୋଷେଇ ଶାଳର ବଜେଟ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ଦାମ  ବୁଧବାର ବ୍ୟାରେଲ୍ ପିଛା ୭୪ ଡଲାରରେ ପହଞ୍ଚିଛି। ୨୦୧୮ ପରେ  ଅଶୋଧିତ ତେଲ ଦର ଶିଖରରେ ପହଞ୍ଚିଛି। ଦର ବଢିବା  ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ପେଟ୍ରେଲ-ଡିଜେଲ ମୂଲ୍ୟ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ମଧ୍ୟ ବୃଦ୍ଧି ଘଟୁଛି। ଏବେ ପୁଣି ଥରେ ଅଶୋଧିତ ତେଲ ଦାମ  ବଢିବାର ଅର୍ଥ ଦେଶରେ ଜନତାଙ୍କ ଉପରେ ମହଙ୍ଗା ମାଡ ଅଧିକ  ହେବାକୁ ଯାଉଛି।

ଅଶୋଧିତ ତେଲ ଦାମ ବଢିଲେ ସରକାର ଓ ତୈଳ କମ୍ପାନୀକୁ ଅଧିକ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି। ଅନ୍ୟପଟେ ପେଟ୍ରୋଲ-ଡିଜେଲ୍ ଶସ୍ତା ଶସ୍ତା ହେଉନଥିବାରୁ ଦରବୃଦ୍ଧି ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ କାଠିକର ପାଠ ହୋଇ ପଡିଛି। କେବଳ ଏତିକି ନୁହେଁ ରିଜର୍ଭ ବ୍ୟାଙ୍କ ପାଇଁ ଋଣ ଶସ୍ତା କରିବା ମଧ୍ୟ ସହଜ ହୋଇ ପାରୁନାହିଁ।

ଶସ୍ତା ହେବ ନାହିଁ ପେଟ୍ରୋଲ-ଡିଜେଲ୍

ଅଶୋଧିତ ତେଲ ଦର  ବଢିବାରୁ ଏବେ ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ଶସ୍ତା ବଦଳରେ ଆହୁରି ବଢିବାକୁ ଯାଉଛି। ଅନେକ ସହରରେ ତେଲ ଦାମ ଶହେ ଉପରେ ରହିଛି।  ଏଥିରେ ସାଧାରଣ ଜନତା ବହୁତ ପ୍ରଭାବିତ ହେବେ। କେବଳ ଏତିକି ନୁହେଁ ତେଲ ଦାମ ବଢିଲେ ଏହାର ପ୍ରଭାବ ସିଧାସଳଖ ପରିବହନ ଉପରେ ପଡୁଛି। ଫଳରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢୁଛି। ଫଳରେ ଲୋକଙ୍କ ରୋଷେଇ ଶାଳର ବଜେଟ୍ ମଧ୍ୟ ବିଗୁଡୁଛି।

ପେଟ୍ରୋଲିୟମ ପଦାର୍ଥର ଦାମ  ବଢି ଚାଲିଥିବା ବେଳେ ଅନ୍ୟପଟେ ଭାରତରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ଜନତାଙ୍କୁ ଅଧିକ ପୀଡା ଦେଉଛି। ଗତ କିଛି ସମୟରେ ଖାଇବା ତେଲର ଦାମ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ଖାଇବା ତେଲ ଲିଟର ପିଛା ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ରହିଛି। ଗୋଟିଏ ପଟେ କରୋନା କଟକଣାରେ ଆୟ ହ୍ରାସ ଏବଂ ସେପଟେ ଦରବୃଦ୍ଧି ଲୋକଙ୍କୁ ଏବେ ଘର ଚଳାଇବା ମଧ୍ୟ ମୁସ୍କିଲ ହୋଇ ପଡିଛି।

ଶସ୍ତା ହେବ ନାହିଁ ଋଣ

ମହଙ୍ଗାଇ କାରଣରୁ ଗତ ମୌଦ୍ରିକ ସମୀକ୍ଷାକୁ ରିଜର୍ଭ ବ୍ୟାଙ୍କ ସ୍ଥିର ରଖିଥିଲା। ସଂପ୍ରତି ରିଟେଲ୍ ମୁଦ୍ରାସ୍ଫୀତି ସହ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ଗତ ପାଞ୍ଚ ମାସରେ ରେକର୍ଡ ସ୍ତରରେ ରହିଛି। ତେଣୁ ଆଗାମୀ ସମୟରେ ଋଣ ଶସ୍ତା ହେବାର ଆଶା ନାହିଁ। ଋଣ ନେଲେ ଅଧିକ ସୁଧ ଦେବାକୁ ପଡିବ।

Get real time updates directly on you device, subscribe now.