fbpx

‘ବି’ କାଟାଗୋରୀରେ ଥିବା ୧୩ ଜିଲ୍ଲାରେ ଆଉ କ’ଣ ଖୋଲା ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଆଂଶିକ ଲକଡାଉନ୍ । ଏନେଇ ଗତକାଲି ମୁଖ୍ୟ ଶାସନ ସଚିବ ଘୋଷଣ କରିଛନ୍ତି । ଏହି ଆଂଶିକ ଲକଡାଉନ୍ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ।

ତେବେ ସଂକ୍ରମଣ ଦୃଷ୍ଟିରୁ ସମସ୍ତ ଜିଲ୍ଲାକୁ ଦୁଇଟି କାଟଗୋରୀରେ ବିଭକ୍ତ କରାଯାଇଛି । କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡ଼ିକୁ ‘ଏ’ କାଟାଗୋରୀ ଏବଂ ଅଧିକ ସଂକ୍ରମଣ ଥିବା ୧୩ ଟି ଜିଲ୍ଲାକୁ ‘ବି’ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି । କାଟାଗୋରୀ ‘ବି’ରେ ସକାଳ ୬ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ଖୋଲାରହିବା ସହ ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରିକ ସରଞ୍ଜାମ ଦୋକାନ, ସ୍ୱାସ୍ଥ୍ୟ ସେବା, କୃଷି ଉପକରଣ ଦୋକାନ ଖୋଲାରହିବା ନେଇ ଘୋଷଣା ହୋଇଥିଲା ।

ତେବେ ଆଜି ଆଉ କିଛି ସେବାକୁ ଅନୁମତି ଦିଆଯାଇଛି । କାଟାଗୋରୀ ‘ବି’ରେ ଥିବା ପଶୁ ଖାଦ୍ୟ, ମଞ୍ଜି ଏବଂ ସାର, କୀଟନାଶକ ଏବଂ ଅନ୍ୟ କୃଷି ସମ୍ପର୍କିତ ସରଞ୍ଜାମ ଦୋକାନ ମଧ୍ୟ ଖୋଲା ରହିବ । ଏହା ସହ କୃଷି ସମ୍ବନ୍ଧୀୟ ପରିବହନ ଏବଂ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.