fbpx

ଫାଟିଲା ପାଣି ପାଇପ୍, ବିପଦରେ ବାଙ୍କୀ ମୁଖ୍ୟରାସ୍ତା

ବାରଙ୍ଗ (ଓଡ଼ିଶା ଭାସ୍କର) : ବାଙ୍କୀ-କଟକ ମୁଖ୍ୟ ରାସ୍ତା ଗୋଡିସାହି ପୁରୀ ମୁଖ୍ୟ କେନାଲ ବ୍ରିଜ ନିକଟରେ ପାଣି ପାଇପ ଫାଟି ଯିବା ଫଳରେ ୧୦ଫୁଟ ଉର୍ଦ୍ଧ ଓସାରର ରାସ୍ତା ଧସିଛି । ବିଦ୍ୟାଧରପୁର ପାହାଡରେ ନୂତନ ଭାବେ ନିର୍ମିତ ହେଉଥିବା ଓମଫେଡ ଦୁଗ୍ଧ ପରିସରକୁ ପାଇପ ସାହାର୍ଯ୍ୟରେ ଇଡକୋ ତରଫରୁ ପାଣି ଯୋଗାଇ ଦିଆଯାଉଛି ।

ମଙ୍ଗଳବାର ରାତ୍ର ୧୦ସମୟରେ କୌଣସି କାରଣ ବସତଃ ପାଣି ପାଇପ ଫାଟି ଯିବା ଫଳରେ ପାଇପରୁ ନିର୍ଗତ ଜଳ ଦ୍ୱାରା ରାସ୍ତା ଧସି ଯାଇଥିଲା । ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାକୁ ଆଶଙ୍କା କରି ଚଳାଚଳ ଗାଡିକୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି । ତେବେ ରାସ୍ତାରୁ ଏବେ ଧିରେ ଧିରେ ଅତଡା ଖାଇ ଖାଇ ଯାଉଥିବାରୁ ବାଙ୍କୀକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ବିପଦ ଅବସ୍ଥାରେ ରହିଛି।

Get real time updates directly on you device, subscribe now.