‘ମୀରା’ଙ୍କୁ ଦେଖି ଝୁମିଲେ ପ୍ରଶଂସକ, କହିଲେ ପାରମ୍ପରିକ ପରିପାଟୀରେ ସୁନ୍ଦରୀ ଲାଗୁଛନ୍ତି…

ଓଡ଼ିଶା ଭାସ୍କର ବ୍ୟୁରୋ: ମୀରା… ନାଁ ଯେମିତି, ଦେଖିବାକୁ ସେମିତି । ଗୁରୁବାର ସେ ତାଙ୍କର ଏକ ସୁନ୍ଦର ଫଟୋ ସେଆର୍ କରିଛନ୍ତି । ଯେଉଁଥିରେ ଦେଖାଯାଉଛନ୍ତି ଖୁବ୍ ସୁନ୍ଦରୀ । ଇନଷ୍ଟାଗ୍ରାମରେ ସେଆର୍ ହୋଇଥିବା ଏହି ଫଟୋରେ ତାଙ୍କ ପ୍ରଶଂସକମାନେ ସୁନ୍ଦର ମତ ଦେଉଛନ୍ତି ।

ଫଟୋରେ ମୀରା ପାରମ୍ପାରିକ ଭାରତୀୟ ନାରୀ ବେଶରେ ଦେଖାଯାଉଛନ୍ତି । ନିଜ ଚୁଟିକୁ ଭଲଭାବେ ବାନ୍ଧିବା ସହ ଧଳା ପୋଷାକ ପିନ୍ଧି ସାଧାସିଧା ଭାବେ ବସି ଚଟାଣକୁ ନଜର ପକାଉଥିବା ଦେଖାଯାଉଛନ୍ତି ମୀରା । ଏଥିସହ ସେ କ୍ୟାପ୍ସନ୍ରେ ଲେଖିଛନ୍ତି – ଜେନ୍ ଅଷ୍ଟିନ୍ ଗୋସ୍ ଫର୍ ଏ ହୋଲି ବଲ୍ #ଫ୍ରେଣ୍ଡସଆଣ୍ଡଫ୍ରିବୋଲିଟି(Jane Austen goes for a Holi Ball #friendsandfrivolity) । ବାସ୍ ଏହାକୁ ଦେଖି କିଏ କହୁଛି- ତୁମେ ଖୁବ୍ ସୁନ୍ଦରୀ, ଏ ଦୁନିଆରେ ବଞ୍ଚିବାର ମୂଲ୍ୟ ରହିଛି ବୋଲି ମୋତେ ବିଶ୍ୱାସ କରିବାକୁ ପଡ଼ିଲା । ପୁଣି ଆଉଜଣେ କହିଛନ୍ତି କି ମୁଁ ତୁମ ପାଖରୁ ଆଖି ଆଡ଼େଇ ପାରୁନି । ସେହିପରି ଆଉଜଣେ ପ୍ରଶଂସକ କହିଛନ୍ତି ତୁମେ ଖୁବ୍ ଗର୍ଜିୟସ୍-ସିମ୍ପଲ୍-ପ୍ରେଟ୍ଟି ।

 

View this post on Instagram

 

A post shared by Mira Rajput Kapoor (@mira.kapoor)

ବଲିଉଡର ଅନ୍ୟତମ ଚର୍ଚ୍ଚିତ ଅଭିନେତା ଶାହୀଦ୍ କପୁରଙ୍କ ପତ୍ନୀ ମୀରା ରାଜପୁତ ସର୍ବଦା ନିଜର ସାଧାସିଧା ଓ ସରଳ ସ୍ୱଭାବ ପାଇଁ ଫ୍ୟାନ୍ସଙ୍କ ମନ ଜିଣି ଆସୁଛନ୍ତି । ଏହା ତାଙ୍କ ସୋସିଆଲ୍ ଆକାଉଣ୍ଟରୁ ସ୍ପଷ୍ଟ ବାରିହୋଇ ପଡ଼େ । ଦୁଇଟି ସନ୍ତାନର ମା’ ମୀରା ଫିଲ୍ମରେ ସକ୍ରିୟ ନହେଲେ ବି ପରଦା ପଛରେ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଶାହୀଦ୍ ଓ ମୀରାଙ୍କ ବିବାହ ୨୦୧୫ରେ ହୋଇଥିଲା ଏବଂ ସେମାନଙ୍କ ଦୁଇଟି ସନ୍ତାନ । ୪ ବର୍ଷର ମୀଶା ଆଉ ୨ ବର୍ଷ ବୟସର ପୁଅ ଜୈନକୁ ନେଇ ଖୁବ୍ ଖୁସି ଅଛନ୍ତି ଏହି ଦମ୍ପତି ।

 

View this post on Instagram

 

A post shared by Mira Rajput Kapoor (@mira.kapoor)

Get real time updates directly on you device, subscribe now.