fbpx

ଦିଲ୍ଲୀରେ ୬୨.୫୯ ପ୍ରତିଶତ ମତଦାନ: ନିର୍ବାଚନ କମିଶନ

ନୂଆଦିଲ୍ଲୀ, ୯ା୨: ଗତକାଲି ଦିଲ୍ଲୀ ବିଧାନସଭା ଆସନ ପାଇଁ ସୁରୁଖୁରୁରେ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତେବେ ଏହି ନିର୍ବାଚନରେ କେତେ ପ୍ରତିଶତ ମତଦାନ ହୋଇଥିଲା ସେନେଇ ଗତକାଲି ରାତିରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନଥିଲା । ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ପ୍ରତିଶତ ମତଦାନ ହୋଇଥିବା ଦର୍ଶାଇ ଥିଲେ । ଏହାପରେ ଆଜି ନିର୍ବାଚନ କମିଶନ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଦିଲ୍ଲୀ ଇଲେକସନ କମିଶନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଦିଲ୍ଲୀରେ ମୋଟ୍ ୬୨.୫୯ ପ୍ରତିଶତ ମତଦାନ ହୋଇଛି । ଏଥିମଧ୍ୟରୁ ବଲ୍ଲିମାରାନ୍ ବିଧାନସଭା ଆସନରେ ସର୍ବାଧିକ ଅର୍ଥାତ ୭୧.୬୧ ପ୍ରତିଶତ ମତଦାନ ହୋଇଛି । ସେହିପରି ଦିଲ୍ଲୀ କ୍ୟାଣ୍ଟ୍ ଆସନରେ ସବୁଠାରୁ କମ୍ ଅର୍ଥାତ ୪୫.୦୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦିଆଯାଇଛି । ଅଖୋଲା ବିଧାନସଭା ଆସନରେ ୫୮.୦୮, ସଲିମପୁର ଆସନରେ ୭୧.୦୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ପ୍ରକାଶଯୋଗ୍ୟ ଦିଲ୍ଲୀ ହାତେଇବାକୁ ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଥିଲା । ମତଦାନ ପରେ ମୋଟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇ ରହିଛି । ଏବେ ୧୧ତାରିଖକୁ ଅପେକ୍ଷା । ସେହିଦିନ ଭୋଟଗଣନା କରାଯିବା ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଫଳରେ ଦିଲ୍ଲୀରେ କେଉଁ ଦଳ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.