fbpx

ପୂର୍ବ ପ୍ରେମିକକୁ ଉପହାର ଦେଇଥିବା ୨୩ ଲକ୍ଷ ଟଙ୍କିଆ ବାଇକକୁ ଜାଳିଦେଲେ ଯୁବତୀ

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ପାଇଁ ଜଣେ କିଛି ବି ତ୍ୟାଗ କରିପାରେ । ମାତ୍ର ଯେତେବେଳେ ପ୍ରେମରେ ଧୋକ୍କାର କଥା ଉଠେ, ସେତେବେଳେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ବ୍ୟାଙ୍କଙ୍କରେ ଜଣେ ମହିଳା ନିଜର ପୂର୍ବ ପ୍ରେମିକଙ୍କ ୨୩ ଲକ୍ଷ ଟଙ୍କିଆ ବାଇକକୁ ରାଗରେ ଜାଳି ଦେଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଉକ୍ତ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ମହିଳା ଜଣଙ୍କ ପୂର୍ବରୁ ତାଙ୍କର ଏକ୍ସ-ବୟଫ୍ରେଣ୍ଡଙ୍କୁ ୨୩ ଲକ୍ଷ ଟଙ୍କାର ଏକ ବାଇକ୍ ଗିଫ୍ଟ ଆକାରରେ ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ତେଣୁ ଦୁହେଁ ଅଲଗା ହୋଇଯିବା ପରେ ମହିଳା ଜଣକ ଏହାକୁ ସହ୍ୟ କରିପାରିନଥିଲେ । ମହିଳା ଜଣଙ୍କ ରାଗରେ ଉକ୍ତ ଦାମୀ ବାଇକରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଏକ କାରରେ ଦୌଡ଼ି ପଳାଇ ଯାଉଥିବା ସିସିଟିଭି କ୍ୟାମେରାରେ ଦେଖାଯାଇଥିଲା । ଏହାପରେ ନିଆଁ ଚାରିଆଡ଼େ ଦ୍ରୁତଗତିରେ ବ୍ୟାପିବାରେ ଲାଗିଥିଲା । ସଙ୍ଗେସଙ୍ଗେ ଉକ୍ତ ବିଲଡିଂରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଏଥିପାଇଁ ୧୦ ମିନିଟ ଲାଗିଯାଇଥିଲା । ଘଟଣାଟି ଶ୍ରୀନଖରିନ୍ୱିରୋଟ ୟୁନିଭରସିଟିର ପ୍ରସାର୍ନମିଟ ଡେମନଷ୍ଟ୍ରେନ ସ୍କୁଲର ତୃତୀୟ ମହଲାରେ ଘଟିଥିଲା । ମହିଳା ଜଣଙ୍କ ତୃତୀୟ ମହଲାରେ ଗ୍ୟାରେଜରେ ପଶି ଏହି କାଣ୍ଡ ଭିଆଇ ଚାଲିଯାଇଥିଲେ । ତେବେ ଦୁହେଁ ଏହି ସ୍କୁଲରେ କାର୍ଯ୍ୟ କରିବା ସମୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ପ୍ରେମରେ ଧୋକ୍କା ପାଇବା ପରେ ମହିଳାଙ୍କ ଏହି ପ୍ରତିଶୋଧାତ୍ମକ କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.