fbpx

ତିନି ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ପୂର୍ବତନ ଯବାନଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଲଦାଖ ଗସ୍ତ କରିଛନ୍ତି । ମନ୍ତ୍ରୀ ଲଦାଖ କୁ ଯାଇ ସେଠାରେ ସେନାଙ୍କ ସହିତ ସାକ୍ଷାତ କରିଛନ୍ତି । ଏଥିସହିତ ସୀମାରେ କିପରି ଭାବରେ ଗତିବିଧି ରହିଛି ସେ ବିଷୟରେ ଆଲୋଚନା କରିଛନ୍ତି । ଏଥିସହିତ ଜାମ୍ମୁ ରେ ହୋଇଥିବା ବିସ୍ଫୋରଣ ସଂକ୍ରାନ୍ତରେ ବିସ୍ତାର ରୂପେ ଆଲୋଚେନା କରିଥିଲେ ରାଜନାଥ ସିଂ ।

ସେଠାରେ ଯବାନ ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଆମର ଓ ଯବାନ ର୍ପୂବତନ ସୈନ୍ୟଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନରେ କେତେ ସମ୍ମାନ ରହିଛି ତାହା କହିବା ଆବଶ୍ୟକ ନାହିଁ । ୩୦ରୁ ୪୦ ବର୍ଷରୁ ୱନ୍ ର୍ୟାଙ୍କ୍, ୱନ୍ ପେନସନ ସମସ୍ୟା ଜାରି ରହିଥିଲା । ଆଉ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସିଲେ ସେ ଏହି ସମସ୍ୟାକୁ ଦୂର କରିଥିଲେ । ଏଥିସହିତ ସେମାନଙ୍କ ଆତ୍ମ ବିଶ୍ୱାସ ବଢ଼ାଇଥିଲେ । ସେ କହିଥିଲେ ଦେଶ ପ୍ରତି ଭାରତୀୟ ସୈନ୍ୟ ଏବଂ ପୂର୍ବତନ ସୈନ୍ୟଙ୍କ ଅବଦାନ ଅନୁକରଣୀୟ ।

ଆପଣ ମାନେ ଯେଉଁଭଳି ଭାବେ ଆମର ରକ୍ଷା କରୁଛନ୍ତି ସେହିପରି ଆପଣ ମାନଙ୍କ ଦେଖାରେଖା କରିବା ହେଉଛି ଆମର କର୍ତ୍ତବ୍ୟ । ତେଣୁ ତେଣୁ ଆପଣ ମାନଙ୍କୁ କୌଣସି ପ୍ରକାରର ଅସୁବିଧା ହୁଏ ତେବେ ହେଲପଲାଇନ୍ ନମ୍ବର ଜରିଆରେ ଜଣାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ସେ ସେନାଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି ରହିଛନ୍ତି । ତେବେ ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ସେନା ପ୍ରମୁଖ ଜେନେରାଲ ଏମ ଏମ ନରୱାଣେ ଉପସ୍ଥିତ ଥିଲେ । ସେମାନେ ପୂର୍ବତନ ଯବାନ ମାନଙ୍କ ସହ ମଧ୍ୟ ସାକ୍ଷାତ କରି ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡିତ ବିଷୟ ଉପରେ ଆଲୋଚନା କରିଥିଲେ ।

ତେବେ ଆଜି ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେସନ୍ ଠାରେ ଦୁଇଟି ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହା ଉପରେ ସେଠାକାର ଲୋକମାନେ ଭୟଭୀତ ହୋଇଯାଇଥିଲେ । ୫ ମିନିଟି ର ବ୍ୟବଧାନ ଦୁଇଟି ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ କାହାର ବି ଜୀବନହାନି ହୋଇନାହିଁ ।

Get real time updates directly on you device, subscribe now.