fbpx

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ଘଟିଛି । ଏକ ବାଇକ୍ ଦୁର୍ଘଟଣାରେ ମଙ୍ଗରାଜ ପ୍ରାଣ ହରାଇଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଯାଆଁଳା ନିକଟରେ ଏକ ଅଜଣା ଗାଡ଼ି ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଶ୍ରୀ ମଙ୍ଗରାଜ ‘ନେତା’ ନାମକ ଖବର କାଗଜର ସମ୍ପାଦକ ଭାବରେ ଓଡ଼ିଶାର ପୁରପଲ୍ଲୀ ସମେତ ରାଜନୈତିକ ଜଗତରେ ଚର୍ଚ୍ଚାରେ ରହିଥିଲେ ।

jimuta mangaraj passes away
ଦୁର୍ଘଟଣା ପରେ ତାଙ୍କୁ ଏମ୍ସକୁ ନିଆଯାଇଥିଲା । ତେବେ ଏମ୍ସରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

Get real time updates directly on you device, subscribe now.