fbpx
BJD SKY
BJD SKY

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ପୂର୍ବତନ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ନିଯୁକ୍ତ କରାଯାଇଛି । ଭୂପେନ୍ଦ୍ର ସିଂ ପୂର୍ଣ୍ଣିଆଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପଦ ସହିତ ଅତିରିକ୍ତ ଭାବରେ ଆରଏମ୍ଏସ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ଇପିକଲର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଓଏସ୍ଇପିଏର ପ୍ରକଳ୍ପ ନିର୍ଦ୍ଦେଶକ ଘୋଷଣା କରାଯାଇଛି । ଶାହାଙ୍କୁ ମୋ ସ୍କୁଲ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସୋନପୁର ଜିଲ୍ଲାପାଳ ମୋନିଶା ବାନାର୍ଜୀଙ୍କୁ ବରଗଡର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ଡ. ୟେଡୁଲ୍ଲା ବିଜୟଙ୍କୁ କଟକ ପଶୁପାଳନ ବିଭାଗର ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି । ଏହା ସହିତ ତାଙ୍କୁ ଓଏଚ୍ଇପିଇଇର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଉରକେଲା ଉପ ଜିଲ୍ଲାପାଳ ଆବୋଲି ସୁନୀଲ ନରାବଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବରେ ବଦଳି କରାଯିବା ସହିତ ଆରଡିଏର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ସିଇଓ ସହିତ ସୁନ୍ଦରଗଡ ଜିଲ୍ଲାର ଉପ ଜିଲ୍ଲାପାଳ ଘୋଷଣା କରାଯାଇଛି । ଡିଆରଡିଏ ଜୟପୁର ବିଶାଲ ସିଂଙ୍କୁ ମାଲକାନଗିରିର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି ।

ଟିଟଲାଗଡ ଉପ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ପିଡି, ଡିଆରଡିଏ ଭାବରେ ଘୋଷଣା କରାଯାଇଛି । ବାରିପଦା ଉପ ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀଙ୍କୁ ମୟୁରଭଞ୍ଜର ପିଡି ଡିଆରଡିଏ ଭାବରେ ବଦଳି କରାଯାଇଛି । ଧର୍ମଗଡ ଉପ ଜିଲ୍ଲାପାଳ ଦିବାକର ଟିଏସ୍ଙ୍କୁ ଓକାକ୍ରେ ସ୍ୱତନ୍ତ୍ର ଅଫିସର ଭାବରେ ନିଯୁକ୍ତି ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂରୁ ଆସିଥିବା ନବରଙ୍ଗପୁର ଉପ ଜିଲ୍ଲାପାଳ ଘୋଷଣା କରାଯାଇଛି । ଅନ୍ୟା ଦାସଙ୍କୁ ବାରିପଦାର ଉପ ଜିଲ୍ଲାପାଳ ଘୋଷଣା କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ଗୋୟଲଙ୍କୁ କୁଚିଣ୍ଡାର, ମହାଜନ ମନୋଜ ସତ୍ୟବାନଙ୍କୁ ଟିଟିଲାଗଡର, ପୱାର ସଚିନ୍ ପ୍ରକାଶଙ୍କୁ ଧରମଗଡ ଓ ଇଶାଲୱର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧାର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି ।

Get real time updates directly on you device, subscribe now.