fbpx

ନଡ୍ଡାଙ୍କ ଟାର୍ଗେଟରେ ତେଜସ୍ୱୀ: କରୋନା ସମୟରେ କିଛି ଲୋକ କେବଳ ଟ୍ୱିଟ୍ କରୁଥିଲେ

ନୂଆଦିଲ୍ଲୀ (ଓଡିଶା ଭାସ୍କର): ବିଜେପି ସଭାପତି ଜେପି ନଡ୍ଡା ରବିବାର ନାମ ନନେଇ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ସମାଲୋଚନା କରିଛନ୍ତି । ବିଜେପି କର୍ମୀ ମାନେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସହାୟତା କରିଥିବା ବେଳେ କିଛି ଲୋକ କେବଳ ଟ୍ୱିଟ୍ କରିବାରେ ବ୍ୟସ୍ତ ଥିଲେ ବୋଲି ନଡ୍ଡା କହିଛନ୍ତି । ବିହାର ବିଜେପିର ସାଧାରଣ ପରିଷଦ ବୈଠକରେ ଭିଡିଓ କନ୍ଫରେନ୍ସରେ ଯୋଗ ଦେଇଥିବା ନଡ୍ଡା ଏଭଳି ମନ୍ତବ୍ୟ ରଖିଛନ୍ତି । ସେବା ହିଁ ବିଜେପି ସଙ୍ଗଠନର ମୂଳ ଲକ୍ଷ୍ୟ ଏବଂ ବିଜେପି କର୍ମୀ ମାନେ ଏହି ନୀତିରେ ବିଶ୍ୱାସ କରନ୍ତି ବୋଲି ନଡ୍ଡା କହିଛନ୍ତି । ତେଜସ୍ୱୀ ଯାଦବ ସର୍ବଦା ଟ୍ୱିଟ୍ଟରରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ତେଜସ୍ୱୀ ଯାଦବ ନିଜ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ରହିବା ନେଇ ଚର୍ଚ୍ଚା ହୋଇଥାଏ । ୩୧ବର୍ଷୀୟ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ନିକଟରେ ଦିଲ୍ଲୀରେ ମାସେ ରହିବା ପରେ ଫେରିଥିଲେ । ସେହିପରି ପାର୍ଟି କର୍ମମର୍ତ୍ତାଙ୍କୁ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ହେବା ପାଇଁ ନଡ୍ଡା ଆହ୍ୱାନ ଦେଇଥିଲେ । ଏହା ସହିତ ନିଜ ନିଜର ଅଞ୍ଚଳରେ ‘ମେରା ବୁଥ୍-କରୋନା ମୁକ୍ତ-ଭ୍ୟାକସିନ୍ ଯୁକ୍ତ’ ମିଶନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.