fbpx

ଏସ୍‌ବିଆଇ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ସେବା ଆରମ୍ଭ, ୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ନେଇ ହେବ ଲୋନ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣକୁ ଉନ୍ମୋଚନ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଥିବା ସବୁ ପ୍ରକାର ସଂସ୍ଥା ଯଥା ହସ୍ପିଟାଲ୍‌, ନର୍ସିଂ ହୋମ୍‌, ଡାଏଗ୍ନୋଷ୍ଟିକ୍‌ ସେଣ୍ଟର, ପାଥୋଲୋଜି ଲ୍ୟାବ୍‌, ନିର୍ମାତା, ଯୋଗାଣକାରୀ, ଆମଦାନିକାରୀ ଓ ଲଜିଷ୍ଟିକ୍‌ ସଂସ୍ଥା ୧୦ ବର୍ଷରେ ପରିଶୋଧ କରିହେଉଥିବା ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।

ଆରୋଗ୍ୟମ ଋଣକୁ ସମ୍ପ୍ରସାରଣ/ ଆଧୁନିକୀକରଣକୁ ସହାୟତା ପାଇଁ ମିଆଦୀ ଋଣ ଭାବେ କିମ୍ବା କ୍ୟାସ କ୍ରେଡିଟ, ବ୍ୟାଙ୍କ ଗ୍ୟାରେଣ୍ଟି/ ଲେଟର ଅଫ କ୍ରେଡିଟ୍‌ ଭାବେ ହାସଲ କରିହେବ । ମେଟ୍ରୋ ଅଞ୍ଚଳଗୁଡ଼ିକରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଆରୋଗ୍ୟମ ଋଣ ନେଇହେବ । ପ୍ରଥମ ଶ୍ରେଣୀ ଓ ସହରାଞ୍ଚଳ କେନ୍ଦ୍ର ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଓ ଦ୍ୱିତୀୟରୁ ଚତୁର୍ଥ ଶ୍ରେଶୀ କେନ୍ଦ୍ର ପାଇଁ ୧୦ କୋଟି ଟଙ୍କାର ଋଣ ନେଇହେବ । ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଋଣ ନେବାକୁ ଚାହୁଥିବା ସଂସ୍ଥାଗୁଡ଼ିକୁ କୌଣସି ବନ୍ଧକ ଦେବାକୁ ପଡ଼ିବନି କାରଣ ତାହା ଏମ୍‌ଏସ୍‌ଏମ୍‌ଇ ପାଇଁ ଘୋଷଣା କରାଯାଇଥିବା କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ୍‌ ଟ୍ରଷ୍ଟ ସ୍କିମ୍‌ ଅଧୀନରେ ପରିଚାଳିତ ହେବ ।

ଏ ସମ୍ପର୍କରେ ଦୀନେଶ ଖାରା, ଅଧ୍ୟକ୍ଷ, ଏସବିଆଇ କହିଛନ୍ତି ଯେ, “ମହାମାରୀ ସମୟରେ ଗତ ବର୍ଷ ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଦେଶକୁ ନିରବଚ୍ଛିନ୍ନ ଓ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରିଛି । କୋଭିଡ୍‌-୧୯ ଦେଖାଦେବା ପରେ ସେମାନଙ୍କ ସହଯୋଗକୁ ସମ୍ମାନ ଜଣାଇ ଆମେ ସେମାନଙ୍କ ପାଇଁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣ ଘୋଷଣା କରିଛୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୋଭିଡ୍‌ ରିଲିଫ୍‌ ପଦକ୍ଷେପ ଭାବେ ସୃଷ୍ଟି କରାଯାଇଥିବା କୋଭିଡ୍‌ ଋଣ ପୁସ୍ତିକାରେ ସାମିଲ ହେବା ଲାଗି ଆରୋଗ୍ୟମ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ଯୋଗ୍ୟ ।

Get real time updates directly on you device, subscribe now.