ନିକଟରେ ଲୋକପ୍ରିୟ ତାମିଲ କଳାକାର ଧନୁଷଙ୍କ ଚଳଚ୍ଚିତ୍ର ‘ଜଗମେ ଥନ୍ଧିରାମ’ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତାଙ୍କ ସହ ଫିଲ୍ମରେ ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଜେମ୍ସ କସ୍ମୋ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଆଉ ଫିଲ୍ମର ସଫଳତାକୁ ନେଇ ଧନୁଷ ଖୁବ୍ ଖୁସି ମଧ୍ୟ ଅଛନ୍ତି ।
ତେବେ ବର୍ତମାନ ଧନୁଷ ତାଙ୍କର ସ୍ୱପ୍ନର ଘରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅଭିନେତା ଧନୁଷ ନିକଟରେ ଚେନ୍ନାଇର ପୋସ ଗାର୍ଡେନ ଠାରେ ଏକ ଜମି କିଣିଛନ୍ତି । ଆଉ ଧନୁଷ ଜମି କିଣିବା ପରେ ସେଠାରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା, ଶ୍ୱୁଶୁର ତଥା ସୁପରଷ୍ଟାର ରଜନୀକାନ୍ତ ଏବଂ ଶାଶୁ ଲତାଙ୍କ ଉପସ୍ଥିତିରେ ଭୂମି ପୂଜନ ମଧ୍ୟ କରିଛନ୍ତି ।
ସୂଚନା ଅନୁଯାୟୀ ଧନୁଷ ଏଠାରେ ୧୫୦କୋଟି ଟଙ୍କା ଖର୍ଚ୍ଚରେ ତାଙ୍କର ସ୍ୱପ୍ନର ଘର ତିଆରି କରିବାକୁ ଯାଉଛନ୍ତି । ଏହି ଘର ସେହି ଅଞ୍ଚଳରେ ତିଆରି ହେବ ଯେଉଁ ଅଞ୍ଚଳରେ ରଜନୀକାନ୍ତ ଦୀର୍ଘ ୩୦ ବର୍ଷ ଧରି ରହିଆସୁଛନ୍ତି । ଏହି ଘର ପ୍ରାୟ ୧୯୦୦୦ ବର୍ଗ ଫୁଟରେ ନିର୍ମାଣ ହେବାକୁ ଯାଉଛି ଏବଂ ଏହା ୪ ମହଲା ବିଶିଷ୍ଟ ହୋଇପାରେ । ଧନୁଷ ଏବଂ ଐସ୍ୱର୍ଯ୍ୟ ୨୦୦୪ରେ ବିବାହ କରିଥିଲେ । ସେମାନଙ୍କର ଦୁଇ ପୁଅ ଅଛନ୍ତି । ବର୍ତ୍ତମାନ ଏହି ଦମ୍ପତ୍ତି ତାଙ୍କ ଏକ ବିଳାସପୂର୍ଣ୍ଣ ଘରରେ ରହୁଛନ୍ତି ଯେଉଁଠାର ଡେକୋରେଟେଡ ବାଲକୋନୀ, ଲିଭିଙ୍ଗ ରୁମ ଇତ୍ୟାଦି ରହିଛି ।