fbpx

ବହୁ ରୋଗର ମହୌଷଧି ଜାମୁ କୋଳି…ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନଶକ୍ତିକୁ ମଜଭୁତ୍‌ କରେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସବୁ ଫଳରେ କିଛି ନା କିଛି ଔଷଧୀୟ ଗୁଣ ଭରି ରହିଛି । ଏଭଳି ଫଳଗୁଡ଼ିକ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ହିତକର ହୋଇଥାଏ । ସେହିଭଳି ଔଷଧୀୟ ଗୁଣରେ ଭରପୂର ଏକ ଫଳ ହେଉଛି ଜାମୁକୋଳି । ବର୍ଷାଦିନ ଆରମ୍ଭ ହେବା ମାତ୍ରେ ବଜାରରେ ଜାମୁକୋଳି ଭରପୂର ମାତ୍ରାରେ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ।

ଆୟୂର୍ବେଦରେ ଅନେକ ରୋଗର ଉପଚାର ପାଇଁ ଜାମୁକୋଳି ବ୍ୟବହାର କରାଯାଏ । ଏହାର ମଞ୍ଜି ମଧୁମେହ ରୋଗୀଙ୍କ ବହୁତ ଉପଯୋଗୀ । ପାଚନକ୍ରୀୟା, ଦାନ୍ତ, ଆଖି, ପେଟ ଓ ବୃକକ୍‌ ଲାଗି ଜାମୁକୋଳି ଖୁବ୍‌ ଉପକାରୀ । ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ୍‌, ଫାଇବର, ଆଇରନ ଭଳି ପୋଷକତତ୍ତ୍ୱ ରହିଛି ।ଜାମୁକୋଳି ମଞ୍ଚିକୁ ଭଲଭାବେ ଧୋଇ ଏହାକୁ ଖରାରେ ଶୁଖାଇ ଗୁଣ୍ଡ କରନ୍ତୁ । ମଧୁମେହ ରୋଗୀ ଏହି ଗୁଣ୍ଡକୁ ଖାଲି ପେଟରେ ଖାଇବା ଦ୍ୱାରା ସୁଗାର ମାତ୍ରା ନିୟନ୍ତ୍ରଣ ରହିଥାଏ । ଏଥିରେ କମ୍‌ ମାତ୍ରାରେ କ୍ୟାଲେରୀ ଓ ଫାଇବର ମିଳିଥାଏ, ଯାହାକି ପାଚନଶକ୍ତିକୁ ମଜଭୁତ୍‌ ରଖଥାଏ । ଏପରିକି ପ୍ରତିଦିନ ଜାମୁକୋଳି ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ରହିଥାଏ । କେବଳ ସେତିକି ନୁହେଁ, ଏହି ଜାମୁକୋଳି ସେବନ ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଅନ୍ୟାନ୍ୟ ସଂକ୍ରମଣକୁ ରୋକିଥାଏ ।

Get real time updates directly on you device, subscribe now.