fbpx

ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ମିଥାଲି

ଦୁବାଇ: ଭାରତୀୟ ମହିଳା ଦିନିକିଆୂ ଦଳର ଅଧିନାୟିକା ମିଥାଲି ରାଜ ସଦ୍ୟ ପ୍ରକାଶିତ ଦିନିକିଆ ରାଙ୍କିଙ୍ଗରେ ଟପ୍-୫ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମିଥାଲି ୭୬ ରନର ଇନିଂସ ଖେଳିବା ସହିତ ରାଙ୍କିଙ୍ଗରେ ୩ଟି ସ୍ଥାନ ଉପରକୁ ଉଠିଥିଲେ । ୨୭/୨ ରହିଥିବା ଭାରତ ମିଥାଲିଙ୍କ ଇନିଂସ ବଳରେ ୨୦୧ ରନରେ ପହଞ୍ଚିଥିଲେ ହେଁ ଦଳ ବିଜୟୀ ହେବାରେ ସକ୍ଷମ ହୋଇନଥିଲା । ୨୨ ବର୍ଷ ଧରି କ୍ରିକେଟ ଖେଳୁଥିବା ୩୮ ବର୍ଷୀୟା ମିଥାଲି ପ୍ରାୟ ଏକ ବର୍ଷ ପରେ ଟପ୍-୫କୁ ଫେରିଛନ୍ତି ।

ମିଥାଲିଙ୍କ ବ୍ୟତିତ ପୂଜା ବସ୍ତ୍ରକାରଙ୍କ ରାଙ୍କିଙ୍ଗରେ ଉନ୍ନତି ଘଟିଛି । ବସ୍ତ୍ରକାର ବ୍ୟାଟିଂରେ ୯୭ ଏବଂ ବୋଲିଂରେ ୮୮ ତମ ସ୍ଥାନରେ ପହଞ୍ଚିଛନ୍ତି । ପଦାର୍ପଣ କରିଥିବା ଶେଫାଳି ବର୍ମା ୧୨୦ତମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ପକ୍ଷରୁ ଓପନର ଟ୍ୟାମି ବ୍ୟୁମୋଣ୍ଟୁ ୮୪ ରନର ଇନିଂସ ଖେଳି ନିଜର ପ୍ରଥମ ସ୍ଥାନକୁ ଦୃଢ କରିଛନ୍ତି । ୭୪ ରନରେ ଅପରାଜିତ ରହିଥିବା ନାଟାଲି ସ୍କିଭର୍ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.