fbpx

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପରିବାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ବଲିଉଡ ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ ହୋଇଛି । ୪୯ ବର୍ଷ ବୟସରେ ହୃଦଘାତ ଯୋଗୁଁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ କୌଶଲ ୩ଟି ବଲିଉଡ ଚଳଚ୍ଚିତ୍ରରେ ନିର୍ମାତା ଓ ନିର୍ଦ୍ଦେଶକ ଥିଲେ । ସେହି ୩ଟି ଫିଲ୍ମ ହେଉଛି- ପ୍ୟାର ମେ କଭିକଭି, ଶାଦି କା ଲଡ଼ୁ, ଆନ୍ଥୋନି କୌନ ହୈ ।ଏହା ସହ ସେ ସୁଭାଷ ଘାଇଙ୍କ ‘ତ୍ରିମୂର୍ତ୍ତି’ରେ ସହକାରୀ ଭାବେ କାମ କରିଥିଲେ । ଏହା ବ୍ୟତିତ ୮୦୦ ବିଜ୍ଞାପନ ଚଳଚ୍ଚିତ୍ରରେ ବି ସେ ନିର୍ଦ୍ଦେଶନା ଦେଇଥିଲେ ।

୧୯୯୯ ଫେବ୍ରୁଆରୀ ମାସରେ ଅଭିନେତ୍ରୀ ମନ୍ଦିରା ବେଦୀଙ୍କୁ ବିବାହ କରିଥିଲେ ରାଜ କୌଶଲ । ୨୦୧୧ରେ ମନ୍ଦିରା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ୨୦୨୦ରେ ଦୁହେଁ ଦମ୍ପତ୍ତି ୪ ବର୍ଷର ଝିଅକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ । ରାଜଙ୍କ ମୃତ୍ୟୁ ଖବର ମନ୍ଦିରା ବେଦୀ ଓ ତାଙ୍କ ପ୍ରଶଂସକମାନଙ୍କୁ ବଡ଼ ଝଟକା ଦେଇଛି । ସୋସିଆଲ ମିଡିଆରେ ଅନେକ ଲୋକେ ରାଜଙ୍କ ପରଲୋକକୁ ନେଇ ଶୋକପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.