fbpx

ଭିଜିଲାନ୍ସ ଆଇଜି ଭାବରେ ଯୋଗଦେଲେ ଅସିତ ପାଣିଗ୍ରାହୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଭିଜିଲାନ୍ସ ଆଇଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅସିତ ପାଣିଗ୍ରାହୀ । ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ପାଣିଗ୍ରାହୀ ବୁଧବାର ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅସିତ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି ।

ଏହା ବ୍ୟତିତ ସେ ମାଲକାନଗିରି, ଅନୁଗୋ. ପୁରୀ, କେନ୍ଦୁଝର, ସମ୍ବଲପୁର ଓ ଯାଜପୁର ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୨୦୧୬ରେ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିକ କରାଯାଇଥିଲା ।

Get real time updates directly on you device, subscribe now.