fbpx

ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଅବସରରେ ଉପଲବ୍ଧି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆକୁ ପୂରିଛି ୬ ବର୍ଷ । ଠିକ୍ ଆଜିର ଦିନରେ ୨୦୧୫ରେ ଏହା ଲଞ୍ଚ ହୋଇଥିଲା । ଡିଜିଟାଲ ଇଣ୍ଡିଆ ଦ୍ୱାରା ସରକାରୀ ସେବାଗୁଡ଼ିକ ଜନତାଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହା ଅନ୍ତର୍ଗତ ସରକାର ଅନେକ ଯୋଜନା ଆରମ୍ଭ ମଧ୍ୟ କରିଥିଲେ । ଯୋଜନାର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଡିଜିଟାଲ ଇଣ୍ଡିଆର ଫାଇଦା ଏବଂ ଆଗାମୀ ଯୋଜନା ବିଷୟରେ କହିଛନ୍ତି ।

ଯୋଜନାର ଛଅ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଭାରତବାସୀଙ୍କ ଜୀବନକୁ ସୁଲଭ ଏବଂ ସରଳ କରିବା । ଗରିବଙ୍କ ଆକାଉଣ୍ଟ ଖୋଲି ସେମାନଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ପଇସା ପଠାଇବା ଦ୍ୱାରା କଳାବଜାରୀ ଯୁଗ ଶେଷ ହୋଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନ ଜରିଆରେ ଲାଭ ପାଉଥିବା ଲୋକଙ୍କ ସହ କଥା ହୋଇଛନ୍ତି । କଥାବାର୍ତ୍ତା ସମୟରେ ସେ କହିଥିଲେ ଶିକ୍ଷାର ଡିଜିଟାଲ କରଣ ହେବା ଆବଶ୍ୟକ । ବିଜୁଳି ବିଲ୍, ପାଣି ବିଲ୍, ଇନକମ ଟ୍ୟାକ୍ସ, ଫାଷ୍ଟ ଟ୍ୟାଗ ଇତ୍ୟାଦି ଡିଜିଟାଲ ଇଣ୍ଡିଆ ଦ୍ୱାରା ସହଜ ହୋଇ ପାରିଛି । ଗାଁ ଗାଁକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିଭଳି ଆରୋଗ୍ୟ ସେତୁ ଆପ ଓ କୋୱିନ ଆପ କିଭଳି କରୋନା ମହାମାରୀ ପରି କଠିନ ସମୟରେ ସହାୟକ ହୋଇ ପାରିଛି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ୫ଜି ଆସିବା ପରେ ଟେକ୍ନୋଲୋଜିରେ ପରିବର୍ତ୍ତନ ହେବ ଏବଂ ଡାଟା ପ୍ରୋଟେକ୍ସନ ଉପରେ କାମ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

Get real time updates directly on you device, subscribe now.