ପୀଡିତଙ୍କ ସହିତ ଭଲ ବ୍ୟବହାର କରୁଥିବା ଅପହରଣକାରୀଙ୍କୁ ଦିଆଯାଇପାରିବ ନାହିଁ ଆଜୀବନ କାରାଦଣ୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ଅପହରଣକାରୀ ଅପହରଣ କରିଥିବା ବ୍ୟକ୍ତି ସହିତ ଭଲ ବ୍ୟବହାର କରେ ଅଥବା କୌଣସି ପ୍ରକାର କ୍ଷତି ପହଞ୍ଚାଉନାହିଁ ତେବେ ଅପହରଣକାରୀକୁ ଆଜୀବନ କାରାଦଣ୍ଡ ଦିଆଯିବ ନାହିଁ । ଏକ ମାମଲାର ସମାଧାନ କରିବାକୁ ଯାଇ ସୁପ୍ରିମକୋର୍ଟ ଏହିଭଳି ଏକ ରାୟ ଶୁଣାଇଛି । ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଅପହରଣକାରୀ ଯଦି ଅପହରଣ କରିଥିବା ବ୍ୟକ୍ତି ସହିତ ଭଲ ବ୍ୟବହାର କରେ ବା କୌଣସି ପ୍ରକାର ଧମକ ଦେଉନାହିଁ ତେବେ ଏହିଭଳି ମାମଲାରେ ଅପହରଣକାରୀକୁ ଆଇପିସି ଧାରା ୩୬୪ଏ ଅଧୀନରେ ଆଜୀବନ କାରାଦଣ୍ଡ ଦିଆଯିବ ନାହିଁ । ଏହି ଟିପ୍ପଣୀ ସହିତ ଅଦାଲତ ତେଲେଙ୍ଗାନାର ଏକ ଅଟୋ ଡ୍ରାଇଭର୍ ର ଆଜୀବନ କାରାଦଣ୍ଡକୁ ଖାରଜ କରିଛି ।

ସୂଚନା ଅନୁସାରେ, ଅଟୋ ଡ୍ରାଇଭର୍ ଉପରେ ଗୋଟିଏ ନାବାଳିକାକୁ ଅପହରଣ କରି ୨ ଲକ୍ଷ ଟଙ୍କା ମାଗିବାର ଆରୋପ ଲାଗିଥିଲା । ଏହି ମାମଲାର ଶୁଣାଣି କରିବା ସମୟରେ ଅଦାଲତ କହିଥିଲା ଯେ, ଅପହରଣକାରୀ ଦୋଷୀ ସାବ୍ୟସ୍ତ କରିବା ପାଇଁ ତିନୋଟି ଜିନିଷର ଆବଶ୍ୟକତା ରହିଛି । ସେଗୁଡିକ ହେଉଛି, କୌଣସି ବ୍ୟକ୍ତିକୁ ଗିରଫ କରି ଜୋରଜବରଦସ୍ତି କଏଦ କରି ରଖିବା, ତାଙ୍କୁ ମାରିବା ନେଇ ଧମକ ଦେବା ଓ ଶାରୀରିକ ଅତ୍ୟାଚାର କରିବା । ଏଥିସହିତ କଏଦରେ ଥିବା ସମୟରେ ଯଦି କୌଣସି କାରଣରୁ ମୃତ୍ୟୁ ହୋଇଯିବା ।

ତେବେ ଅଟୋ ଡ୍ରାଇଭର୍ ଜଣକ ଏକ ନାବାଳିକାକୁ ଘରେ ଛାଡିବା ବାହାନାରେ ଅପହରଣ କରିଥିଲା । ଏନେଇ ନାବାଳିକାର ବାପା କହିଛନ୍ତି ଯେ, ଅଟୋ ଡ୍ରାଇଭର୍ ଜଣକ କେବେ ବି ମାରିବା ଧମକ ଦେଇନାହାନ୍ତି । ସେ କେବଳ ଟଙ୍କା ମାଗିଥିଲେ । ଏହି ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏପରି ଏକ କରିଛି ।