fbpx
BSKY SKY
BSKY SKY

ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଝଟକା, ଇଂଲଣ୍ଡ ବିପକ୍ଷ ଏତିକି ମ୍ୟାଚରୁ ବାଦ୍ ପଡି ପାରନ୍ତି ଶୁବମାନ ଗିଲ୍‌

BSKY

ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମୁକାବିଲାରେ ପରାଜିତ ହେବା ପରେ ଏବେ ଭାରତୀୟ ଦଳର ନଜର ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଉପରେ ରହିଛି । ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ୍ ଖେଳାଯିବ । ହେଲେ ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟକା । ଦଳର ଯୁବ ଓପନିଂ ବ୍ୟାଟସମ୍ୟାନ ଶୁବମାନ ଗିଲଙ୍କ ପାଦର ନିମ୍ନ ଭାଗରେ ଗମ୍ଭୀର ଆଘାତ ଲାଗିଛି । ଏହି କାରଣରୁ ସେ କ୍ରିକେଟରୁ ଅତି କମରେ ଦୁଇ ମାସ ଦୂରେଇ ରହିବେ । ବିସିସିଆଇ ଏହାର ସୂଚନା ପିଟିଆଇକୁ ଦେଇଛି । ଆଘାତଜନିତ ସମସ୍ୟା କାରଣରୁ ଗିଲ୍ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ତିନୋଟି ମ୍ୟାଚରୁ ବାଦ୍ ପଡିବାର ସମ୍ଭାବନା ରହିଛି । ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ରୁ ଆରମ୍ଭ ହେଉଛି ।

ଯଦି ଗିଲ୍ ପ୍ରଥମ ତିନୋଟି ଟେଷ୍ଟରୁ ବାଦ୍ ପଡନ୍ତି ତେବେ ଦଳରେ ଅଭିମନ୍ୟୁ ଈଶ୍ୱରନଙ୍କୁ ସାମିଲ କରାଯାଇପାରେ । ଓପନିଂ ଭାବେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଦୁହିଁଙ୍କୁ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ବିସିିସିଆଇ କହିଛି, ଆହତ କାରଣରୁ ଶୁବମାନ ଗିଲ୍ କ୍ରିକେଟ୍ ପଡିଆରୁ ଅନ୍ତତଃ ଦୁଇ ମାସ ପାଇଁ ଦୂରେଇ ରହି ପାରନ୍ତି । ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚରୁ ଗିଲ୍ ବାଦ ପଡି ପାରନ୍ତି ।  ରିହାବିଲିଟେସନ ପରେ ଶେଷ ଦୁଇଟି ମ୍ୟାଚ ସେ ଖେଳିବେ କି ନାହିଁ ତାହା ତାଙ୍କ ଫିଟନେସ୍ ଉପରେ ନିର୍ଭର କରେ ।

ସୂଚନା ଅନୁଯାୟୀ, ଯଦି ତାଙ୍କ ଗୋଡର ନିମ୍ନଭାଗରେ ଗୁରୁତର ଆଘାତ ଲାଗିଥିବ ତେବେ ସେଥିରୁ ସୁସ୍ଥ ହେବାକୁ ଗିଲଙ୍କୁ ଅତି ବେଶିରେ ତିନି ମାସର ସମୟ ଲାଗିବ । ଗିଲଙ୍କ ବଦଳରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କୁ ଓପନିଂ ଭାବେ ସୁଯୋଗ ମିଳିପାରେ । ଗିଲରେ ଚିକିତ୍ସା ଲଣ୍ଡନରେ କରାଯିବ ଏବଂ ଫିଜିଓ ନୀତିନ ପଟେଲ ଓ କଣ୍ଡିସନିଂ କୋଚ୍  ସୋହମ ଦେଶାଇ ତାଙ୍କ ଫିଟନେସ୍ ଉପରେ ନଜର ରଖିବେ । ଯଦି ସେ ସଂପୂର୍ଣ୍ଣ ସିରିଜରୁ ବାଦ୍ ପଡନ୍ତି ତେବେ ଇଂଲଣ୍ଡରେ ରହିବେ ନା ଭାରତ ଆସିବେ ତାହା ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.