fbpx

ଦିଲ୍ଲୀରେ କିଏ କରିବ ରାଜୁତି ? ଜାଣନ୍ତୁ ଭୋଟ୍ ଗଣତିରେ କିଏ ରହିଛି ଟ୍ରେଣ୍ଡରେ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପୋଷ୍ଟର ବାଲାଟର ଭୋଟ ଗଣତି । ଆଜି ସକାଳ ୮ଟାରୁ ଇଭିଏରେ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତିରେ ବହୁ ଆଗରେ ରହିଛି ଆମ୍ ଆଦମୀ ପାର୍ଟି ବା ଆପ୍ । ତେବେ ଭୋଟ୍ ଗଣତିରେ ନୂଆଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱଲେ ଆଗୁଆ ରହିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିବା ପରେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କେଜ୍ରିୱାଲ । ୯ଟା ସୁଦ୍ଧା ୪୪ଟି ଆସନରେ ଆପ୍ ଆଗୁଆ ରହିଛି । ୧୬ଟି ଆସନରେ ବିଜେପି ଆଗୁଆ ଥିବା ବେଳେ ଭୋଟ୍ ଗଣତି ଜାରି ରହିଛି ।

ସେହିପରି ପାତପରଗଞ୍ଜରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଗୁଆ ରହିଛନ୍ତି ।

ଓଖଲାରୁ ଆପ୍ ବିଧାୟକ ଅମାନତଉଲ୍ଲା ଖାନ୍ ଆଗୁଆ ରହିଛନ୍ତି । ବିଜେପିର ବ୍ରହ୍ମ ସିଂ ଓ କଂଗ୍ରେସର ପରଭେଜ ହାସିମ ପଛୁଆ ରହିଛନ୍ତି ।

ହରିନଗରରୁ ବିଜେପି ପ୍ରାର୍ଥୀ ତେଜିନ୍ଦର ବଗା ପଛୁଆ ରହିଛନ୍ତି ।

କ୍ରିଷ୍ଣାନଗରରୁ ବିଜେପି ପ୍ରାର୍ଥୀ ଅନିଲ ଗୋଏଲ ଆଗୁଆ ଅଛନ୍ତି ।

କାଲକାଜିରୁ ଆପ୍ ପ୍ରାର୍ଥୀ ଆତିଶି ଆଗୁଆ ରହିଛନ୍ତି ।

ରାଜିନ୍ଦରନଗରରୁ ଆପ୍ ପ୍ରାର୍ଥୀ ରାଘବ ଚଢା ଆଗୁଆ ରହିଛନ୍ତି ।

ଚାନ୍ଦିନଚୌକ ଆସନରେ କଂଗ୍ରେସ ନେତ୍ରୀ ଅଳକା ଲମ୍ବା ଆଗରେ ରହିଛନ୍ତି ।

ଶାଲିମାରବାଗରୁ ଆପର ବନ୍ଦନା କୁମାରୀ ଓ ନଜଫରଗଡରୁ ଆପ୍ ପ୍ରାର୍ଥୀ କୈଳାଶ ଗେହଲଟ ଆଗୁଆ ରହିଛନ୍ତିି ।

Get real time updates directly on you device, subscribe now.