ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏପର୍ଯ୍ୟନ୍ତ ରାଜ୍ୟରେ ତିନିଟି ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ କୋଭିଶିଲ୍ଡ ଟିକା ଦିଆଯାଉଛି ।

ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ କୋଭାକ୍ସିନ ଟିକା ଦିଆଯିବାନେଇ ନିଷ୍ପତି ହୋଇଛି । ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ପୌରପାଳିକର କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ । ଦ୍ୱିତୀୟ ଡୋଜ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଦେବାକୁ ନିଷ୍ପତି ।