fbpx

ଦୃଷ୍ଟିହୀନଙ୍କୁ ଅନଲାଇନ୍ ଶିକ୍ଷା ଦେଉଛନ୍ତି ଟିଫାନୀ ବ୍ରାର

ଥିରୁଅନନ୍ତପୁରମ୍: କେରଳରେ ଜଣେ ଦୃଷ୍ଟିହୀନ ମହିଳା ସାମାଜିକ କର୍ମୀ ଟିଫାନି ବ୍ରାର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ଦୂରତା ଶିଖରରେ ପହଞ୍ଚିଛି । ଏପରିକି ବର୍ତ୍ତମାନ ପରସ୍ଥିତିରେ ରାସ୍ତା ଅତିକ୍ରମ କରିବା ପାଇଁ ଲୋକ ନିଜର ହାତ ବଢାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଦୃଷ୍ଟିହୀନ ଭାବରେ ଛୁଇଁବା ଆମ ପାଇଁ ଜରୁରୀ ହୋଇଥିବା ବେଳେ କରୋନା ଆମ ଜୀବନକୁ ଦୁର୍ବିସହ କରି ଦେଇଛି । ଏପରି ସମୟରେ ନିଜର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଛନ୍ତି ଟିଫାନୀ ।

ପୂର୍ବରୁ ଜ୍ୟୋତିର୍ଗମୟ ଫାଉଣ୍ଡେସନ୍ ସହିତ ମିଳିତ ଭାବରେ ଏକ ହଷ୍ଟେଲରେ ରଖି ପ୍ରଶିକ୍ଷଣ ଦେଉଥିଲେ । କରୋନା ପାଇଁ ଛାତ୍ରାବାସ ବନ୍ଦ ରହିଥିବା ବେଳେ ୩୨ ବର୍ଷୀୟ ଟିଫାନୀ ଫୋନ୍ ଜରିଆରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏପରିକି ଅର୍ଥାଭାବର ସମ୍ମୁଖୀନ ହେଉଥିବା ପିଲାଙ୍କ ଖର୍ଚ୍ଚ ମଧ୍ୟ ଉଠାଉଛି ଜ୍ୟୋତିର୍ଗମୟ । ଏହାପରେ କର୍ପୋରେଟ୍ ସଂସ୍ଥା ଲୋଟୋଲ୍ୟାଣ୍ଡ ଟିଫାନିଙ୍କୁ ସହାୟତାର ହାତ ବଢାଇଥିଲା । ଲୋଟୋଲାଣ୍ଡ ପକ୍ଷରୁ ଟିଫାନୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.