fbpx

ଅନଲାଇନ୍ ଠକେଇ: ରିଚାର୍ଜ ବାହାନାରେ ଲୁଟିନେଲେ ୫୦ ହଜାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅନଲାଇନ ଠକେଇର ଶିକାର ହୋଇଛନ୍ତି ଆଉଜଣେ ବରିଷ୍ଠ ନାଗରିକ । ରିଚାର୍ଜ ବାହାନାରେ ଜନୈକ ବରିଷ୍ଠ ନାଗରିକଙ୍କୁ ୫୦ ହଜାର ଟଙ୍କାର ଚୂନା ଲଗାଇଛନ୍ତି ସାଇବର ଠକ । ସୋର ବାସିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଷଡଙ୍ଗୀ ନାମକ ବ୍ୟକ୍ତି ଜଣକ ୧୦୭ ଟଙ୍କାର ମୋବାଇଲ ରିଚାର୍ଜ କରିଥିଲେ । ରିଚାର୍ଜଟି ବିଫଳ ହେବା ପରେ ପ୍ରଫୁଲ୍ଲ ଫୋନ ପେର ଗ୍ରାହକ ସେବା ଅଧିକାରୀଙ୍କୁ କଲ୍ କରିଥିଲେ ।

ସକାଳ ୯.୪୫ ମିନିଟରେ ପ୍ରଫୁଲ୍ଲ ଦୁଇଥର ନିଜ ବିଏସଏନଏଲ ନମ୍ବର ରିଚାର୍ଜ କରିଥିଲେ । ଏହା ବିଫଳ ହୋଇଥିଲେ ହେଁ ପଇସା କଟି ଯାଇଥିଲା । ଏହାପରେ ପ୍ରଫୁଲ୍ଲ ଗୁଗୁଲ ସର୍ଚ୍ଚ କରି ଫୋନ ପେ ନମ୍ବର ହାସଲ କରି କଲ୍ କରିଥିଲେ । ପରେ ଅପର ପାଶ୍ୱର୍ରୁ କଲ୍ ଆସିଥିଲା । ଅପର ପାଶ୍ୱର୍ରୁ ବ୍ୟକ୍ତି ଜଣକ ନିଜକୁ ଫୋନ୍ ପେର ଏଜେଣ୍ଟ ଭାବରେ ଦର୍ଶାଇଥିଲେ । ପ୍ରଥମେ ପ୍ରଫୁଲ୍ଲଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ଏଜେଣ୍ଟ । ଏହା ପରେ ଓଟିପି ଜରିଆରେ ୪୯ ହଜାର ୩୨ ଟଙ୍କା ଲୁଟି ନେଇଥିଲେ ଏହି ସାଇବର ଲୁଟେରା । ପଇସା କଟିବା ପରେ ବ୍ୟାଙ୍କକୁ ଯାଇଥିଲେ ପ୍ରଫୁଲ୍ଲ । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ସାହାଯ୍ୟ କରିବାରେ ବିଫଳ ହେବା ପରେ ସାଇବର ସେଲର ଦ୍ୱାରସ୍ଥ ହୋଇଛନ୍ତି ପ୍ରଫୁଲ୍ଲ ।

Get real time updates directly on you device, subscribe now.