fbpx

ବିବାହ ପ୍ରତିଶ୍ରୁତି ଦେଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପୋଲିସ କର୍ମଚାରୀ, ପୀଡିତାଙ୍କ ଅଭିଯୋଗ ପରେ ଧରାପଡ଼ି ଗଲେ…

ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାରର ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି। ପୋଲିସ ନାମରେ ଦୁଷ୍କର୍ମ ଅଭିଯୋଗ । ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜି ମହିଳା ଜଣଙ୍କୁ ପ୍ରତରଣା କରିବାରୁ ସେ ପୋଲିସ କର୍ମଚାରୀଙ୍କ ନାଁରେ ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ଧର୍ମଶାଳା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ କର୍ମଚାରୀ ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ମହିଳାଙ୍କୁ ଧୋକାଦେବାରୁ ଏହି ଗୁରୁତର ଘଟଣା ପଦାକୁ ଆସିଲା । ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଖବରରୁ ପ୍ରକାଶ ଯେ ଧର୍ମଶାଳା ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କୁ ସହିତ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ପ୍ରେମ କରୁଥିଲେ । ମହିଳାଙ୍କୁ ବିବାହ କରିବାକୁ କହି ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଗର୍ଭ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଏ ସମ୍ପର୍କରେ ମହିଳା ଜଣକ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଧର୍ମଶାଳା ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଶ୍ୟାମସୁନ୍ଦରଙ୍କୁ ଗିରଫ କରି ଉଭୟଙ୍କୁ ଡାକ୍ତରୀମାଇନା କରିଥିଲେ । ପରେ ପୀଡିତାର ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିଲା । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଗିରଫ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋ ଏବେ ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ଓଏପିଏଏଫ ଭାବେ କାର୍ଯ୍ୟ କରୁଥିଲେ । ଧର୍ମଶାଳ ଥାନାରେ ଥିଲାବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଘଡି ଉଠିଥିଲା ।

Get real time updates directly on you device, subscribe now.