fbpx

ଫେସବୁକ୍, ଟୁଇଟର୍ ଓ ଗୁଗଲ ବିରୋଧରେ ମକଦ୍ଦମା ଦାୟର କରିବେ ଟ୍ରମ୍ପ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ ମାମଲା ଦାୟର୍ କରିବେ ବୋଲି ଅଭିଯୋଗ କରିଛନ୍ତି । ସେ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍, ଟୁଇଟର୍ ଏବଂ ଗୁଗଲ ସମେତ କମ୍ପାନୀ ଗୁଡ଼ିକର ସିଇଓଙ୍କ ବିରୋଧରେ ମକଦ୍ଦମା ଦାୟର୍ କରିବେ ବୋଲି ଘୋଷଣା କରିଛନ୍ତି ।

ଟ୍ରମ୍ପ ଏହି ସବୁ ସୋସିଆଲ୍ କମ୍ପାନୀ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ଏହି ସବୁ କମ୍ପାନୀ ଦ୍ୱାରା ତାଙ୍କ ବିରୋଧରେ ଭୁଲ୍ ତରିକାରେ ପ୍ରତିବନ୍ଧକ ଲଗାଯାଇଛି । ଉଲ୍ଲେଖନୀୟ ଯେ, ଜାନୁଆରୀ ୬ ତାରିଖରେ କ୍ୟାପିଟାଲ୍ ବିଲ୍ଡିଂରେ ଟ୍ରମ୍ପଙ୍କ ସମର୍ଥକ ମାନେ ଯେଉଁ ଭଳି ଭାବରେ ହଙ୍ଗାମା କରିଥିଲେ ତାପରଠାରୁ ଟୁଇଟର୍ ଓ ଫେସବୁକ୍ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଥିଲା । ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ, ଆମେ ଏହି ପ୍ରତିବନ୍ଧକ ଗୁଡ଼ିକୁ ହଟାଇବା ପାଇଁ ,ଦାବି କରୁଛୁ । ବ୍ଲାକଲିଷ୍ଟରେ ପକାଇବା, ହଟାଇବା ଓ ଆକାଉଣ୍ଟକୁ ରଦ୍ଦ କରିବା ଭଳି ପ୍ରକ୍ରିୟାକୁ ରୋକିବା ଦରକାର ।

Get real time updates directly on you device, subscribe now.