fbpx

ଟିକା ନନେଲେ ଚାକିରି ନାହିଁ: ଏମିତି ନିୟମ ଆଣିଲା ଏହି ଦେଶ

ନୂଆଦିଲ୍ଳୀ: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ସମସ୍ତ ଦେଶ ପାଇଁ ଅତ୍ୟନ୍ତ କଷ୍ଟକର ବିଷୟ ପାଲଟିଛି । ଏପରି ପରସ୍ଥିତିରେ ଟିକାକରଣକୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରାଯାଇଛି । ତେବେ କିଛି ଲୋକଙ୍କ ମନରେ କରୋନା ଟିକାକୁ ନେଇ ଏବେବି ଆଶଙ୍କା ରହିଛି । ଜନସାଧାରଣ ସ୍ୱତପ୍ରବୃତ ଭାବରେ ଟିକାକରଣରେ ସାମିଲ ହେଉନଥିବା ବେଳେ କିଛି ଦେଶରେ ଏଥିପାଇଁ ବିଭିନ୍ନ ଅଫର ପ୍ରଦାନ କରାଯାଇଥାଏ । କିଛି ସ୍ଥାନରେ ଲୋନ୍ ମିଳିବାର ଅଫର ତ କେଉଁଠି ବିଅର ଏବଂ ଗଞ୍ଜେଇର ଅଫର ପ୍ରଦାନ କରାଯାଉଛି । ତେବେ ଫିଜିରେ ଏକ ଅଲଗା ପ୍ରକାରର ନିୟମ ପ୍ର୍ରଣୟନ କରାଯାଇଛି ।

ଫିଜିରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଡେଲଟା ଭାରିଆଣ୍ଟର ପ୍ରକୋପ ଅଧିକ ରହିଛି । ଏପରି ସ୍ଥିତିରେ ଯେଉଁମାନେ କରୋନା ଟିକା ନେଇ ନଥିବେ ସେମାନଙ୍କୁ ଚାକିରିରୁ କାଢିବା ପାଇଁ ନିୟମ କରିଛନ୍ତି ଫିଜି ସରକାର । ଫିଜି ରାଷ୍ଟ୍ରମୁଖ୍ୟ ଫ୍ରାଙ୍କ ବାଇନିମାରାମା କହିଛନ୍ତି ଯେଉଁମାନେ ଘରୋଇ ଅଥବା ସରକାରୀ ଚାକିରି କରୁଛନ୍ତି ସେମାନଙ୍କୁ ଅଗଷ୍ଟ ୧ ସୁଦ୍ଧା ଟିକା ନେବାକୁ ପଡିବ । ଟିକା ନନେଲେ ଉକ୍ତ କର୍ମଚାରୀଙ୍କୁ କଢାଯିବ ଯଦି କମ୍ପାନୀ ଏହି ନିୟମ ଉଲ୍ଲଂଘନ କରେ ତେବେ କମ୍ପାନୀ ବନ୍ଦ କରି ଦିଅରାଯିବ ବୋଲି ବାଇନିମାରାମା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୯ ଲକ୍ଷ୩୦ ହଜାର ଜନସଂଖ୍ୟା ବିଶିଷ୍ଟ ଫିଜିରେ ଆଷ୍ଟ୍ରାଜେନେକା ଟିକା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକ ପ୍ରଥମ ଡୋଜ ଟିକା ଗ୍ରହଣ କରି ସାରିଲେଣି ।

Get real time updates directly on you device, subscribe now.