fbpx

ଆଜିଠାରୁ ‘ବି’ କ୍ୟାଟେଗୋରି ଜିଲ୍ଲାରେ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପୂର୍ବରୁ ‘ଏ’ କ୍ୟାଟେଗୋରି ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ସ୍ଲଟ୍ ବୁକିଂ ପାଇଁ ଅନୁମତି ମିଳିଥିଲା । ତେବେ ଆଜିଠାରୁ ‘ବି’ କ୍ୟାଟେଗୋରି ୧୦ ଜିଲ୍ଲାରେ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାଲେଶ୍ୱର, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନୟାଗଡ଼ ଆଦି ୯ଟି ଜିଲ୍ଲାରେ ଆଜିଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ । ପୁରୀରେ ଆସନ୍ତା ୧୨ ତାରିଖରେ ରଥଯାତ୍ରା ହେଉଥିବାରୁ ସେଠାରେ ୧୩ ତାରିଖରୁ ସ୍ଲଟ୍ ବୁକିଂ କରାଯିବ ବୋଲି କୁହାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଆଜି ସକାଳ ୧୧ଟାରୁ ଏହି ସ୍ଲଟ୍ ବୁକିଂ ଆରମ୍ଭ ହେବ । ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ମଧ୍ୟରେ ସ୍ଲଟ୍ ବୁକିଂ କରାଯିବ । ଆବେଦନକାରୀମାନେ ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି ଆବେଦନକାରୀଙ୍କର କରୋନା ଲକ୍ଷଣ ଦେଖାଦିଏ, ତେବେ ତାଙ୍କୁ ଡିଏଲ୍ ପରୀକ୍ଷା ପାଇଁ ଅନୁମତି ଦିଆଯିବ ନାହିଁ । ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଡିଏଲ୍ ପାଇଁ ଆବେଦନ କରିଥିବେ, ସେମାନେ କେବଳ ଏହି ସ୍ଲଟ୍ ବୁକିଂ କରିପାରିବେ ବୋଲି କୁହାଯାଇଛି । ପୁରୀରେ ଡିଏଲ୍ ଟେଷ୍ଟ ୧୪ ତାରିଖରୁ ଅରମ୍ଭ ହେବ । ନୂଆ ଏଲଏଲ ଓ ନୂଆ ଡିଏଲ୍ ପାଇଁ ସ୍ଲଟ୍ ବୁକିଂ ନେଇ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ । ‘ଏ’ କ୍ୟାଟେଗୋରିରେ ଥିବା ୨୦ଟି ଜିଲ୍ଲାକୁ ଗତ ଜୁନ୍ ମାସ ୨୨ ତାରିଖରୁ ଡିଏଲ୍ ସ୍ଲଟ୍ ବୁକିଂ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.