fbpx

୨ ସନ୍ତାନ ନିୟମକୁ ନେଇ ଏମିତି କହିଲେ ନୀତିଶ

ପାଟଣା: ଉତ୍ତର ପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣକୁ ଆଣିବାକୁ ଆଇନ ଲାଗୁକରାଯିବା ପାଇଁ ଯୋଜନା କରୁଥିବାବେଳେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ନେଇ ସାଧାରଣରେ ତାଙ୍କର ଅରାଜି ପ୍ରକାଶ କରିଛନ୍ତି ।
ସୋମବାର ନିତୀଶ କହିଛନ୍ତି ରାଜ୍ୟ କିଛି ବି ନିଷ୍ପତ୍ତି ନେଇପାରିବ, କିନ୍ତୁ କୌଣସି ଆଇନ ଦ୍ୱାରା ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଚାଇନା ଏହାର ଏକ ଉଦାହରଣ ।
ସେ କହିଛନ୍ତି ଯଦି ମହିଳା ଶିକ୍ଷିତ ହେବ ତେବେ ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ । ସେ ଆହୁରି କହିଛନ୍ତି ଜନସଂଖ୍ୟା ୨୦୪୦ ବେଳକୁ କମିବାରେ ଲାଗିବ । ତେବେ ଯଦି କେହି ଭାବୁଛନ୍ତି ଏହାକୁ କୌଣସି ଆଇନ ଦ୍ୱାରା ନିୟନ୍ତ୍ରଣ କରିହେବ ତା’ହେଲେ ଏହା ତାଙ୍କର ଚିନ୍ତାଧାରା । ଏହା କୌଣସି ଏକ ସଂପ୍ରଦାୟ ପାଇଁ ନୁହେଁ, କିନ୍ତୁ ସମସ୍ତେ ସେତେବେଳେ ଲାଭ ପାଇପାରିବେ ଯେତେବେଳେ ମହିଳାମାନେ ଶିକ୍ଷିତ ହେବେ । ବିହାରରେ ଏବେ ଜନସଂଖ୍ୟାରୁ ଏହା ଜାଣିପାରିବେ ।

ବିଜେପିର ଜଣେ ବରିଷ୍ଠ ନେତା ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି ନୀତିଶ କୁମାର ରାଜ୍ୟରେ ମଦକୁ ବ୍ୟାନ କରିଥିଲେ କିନ୍ତୁ ଏହା ସହଜରେ ଉପଲବ୍ଧ ଏମିତିକି ଏହାକୁ ହୋମ ଡେଲିଭରୀ ମଧ୍ୟ ହେଉଛି । ନୀତିଶଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି ପାଇଁ ଅଡୁଆ ହୋଇପାରେ । ପୂର୍ବରୁ ମଧ୍ୟ ଧାରା ୩୭୦ ଏବଂ ସିଏଏ-ଏନଆରସିକୁ ନେଇ ମନ୍ତବ୍ୟକୁ ନେଇ ବିବାଦରେ ଥିଲେ ନୀତୀଶ ।

Get real time updates directly on you device, subscribe now.