fbpx

ପ୍ରେମିକା ଧୋକା ଦେବାରୁ ପ୍ରେମିକଙ୍କ ଭାଙ୍ଗିଗଲା ହୃଦୟ, ଯୁବତୀଙ୍କ ଘର ଆଗରେ କଲେ ବୋମା ମାଡ, ଆଉ ତା’ ପରେ

କଣ୍ଟାପଡା (ଓଡ଼ିଶା ଭାସ୍କର): ବୋମା ମାଡ଼ କରିବି ଗୋରୀ ତୋ ଦୁଆରେ। ପ୍ରେମିକକୁ ଧୋକା ଦେଇ ଅନ୍ୟତ୍ର ବିବାହ କଲେ ପ୍ରେମିକା। ଏକା ଜାଣିବା ପରେ ରୋମିଓଙ୍କ ଭାଙ୍ଗିଗଲା ହୃଦୟ। ରାଗରେ ପ୍ରେମିକା ଘର ଆଗରେ ୨ରୁ ଅଧିକ ବୋମାମାଡ଼ କରି ଥିବା ଅଭିଯୋଗ ହୋଇଛି।ଏହି ଘଟଣା ବ୍ରାହ୍ମଣବାଟୀ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି।ବୋମା ମାଡ଼ ଘଟଣାକୁ ନେଇ ଯୁବତୀଙ୍କ ଅଜା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବିକ,ଗୋବିନ୍ଦପୁର ଅଧିନସ୍ଥ ବ୍ରାହ୍ମଣବାଟୀ ଗ୍ରାମରେ ମଙ୍ଗଳବାର ରାତିରେ ଲଗାତର ଦୁଇଟି ବୋମାମାଡ ହୋଇଛି । ପ୍ରେମିକା ଧୋକା ଦେବାରୁ ଏହି ଘଟଣା ଘଟିଥିବା ଜଣାପଡିଛି । ବୋମାମାଡ ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛି । ଗ୍ରାମର ସୁବଳ ପାତ୍ରଙ୍କ ପତ୍ନୀ କମଳା ପାତ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ନାତୁଣିକୁ ସେହି ଗ୍ରାମର ଯୁବକ ଏକତରଫା ପ୍ରେମ କରୁଥିଲା । ନାତୁଣୀର ଅନ୍ୟତ୍ର ବାହାଘର ହୋଇଯିବାରୁ ପ୍ରେମିକ ରାଗରେ ବୋମାମାଡ କରିବା ସହିତ ଦୁଇରୁ ଊଦ୍ଧ୍ୱର୍ ଯୁବକ ଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ୍‌ ଜଣକୁ ଗିରଫ କରିଛି । ତିହୁଡି ଅଞ୍ଚଳରେ ରାଜେଶ ସ୍ୱାଇଁକୁ ପୋଲିସ୍‌ ଗିରଫ କରିଛି । ତା ନାମରେ ଗୋବିନ୍ଦପୁର ଥାନାରେ ୮୩/ ୨୦୨୧ ରେ ମାମଲା ରୁଜୁ ହୋଇଛି । ଦଫା ୪୫୨, ୩୭୯, ୫୦୬, ୫୦୯, ୩୪ ଆଇ.ପି.ଏସ୍‌ ୩ ଓ ୪, ୨୫, ୨୭, ୬୭, ଆଇ.ଟି ଆକ୍ଟ ରେ କୋର୍ଟ ଚାଲାଣ କରାଯାଇଛି । ସଦର ଏସ୍‌.ଡି.ପି.ଓ ସୁବାସ ଚନ୍ଦ୍ର ପଣ୍ଡା ଥାନା ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ସୁଶାନ୍‌ କୁମାର ଷଡଙ୍ଗୀ ଘଟଣାର ତଦନ୍ତ କରୁଛନ୍ତି । ଖୁବ୍‌ ଶୀଘ୍ର ଅନ୍ୟ ଆସାମୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.