fbpx

ଦୁବାଇରେ ନୂର ନାମକ ସ୍ତ୍ରୀ ଓ ୧୭ ବର୍ଷର ଝିଅ ରହୁଥିବା କଥାକୁ ନେଇ ଏପରି କହିଲେ ସଲମାନ୍

ନୂଆଦିଲ୍ଲୀ: ବଲିଉଡ୍ ର ସବୁଠାରୁ ଲୋକପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ସଲମାନ ଖାନ୍ ହେଉଛନ୍ତି ଜଣେ । ତେଣୁ ତାଙ୍କ ନାମରେ ଅନେକ ଖବର ସୋସିଆଲ୍ ମିଡିଆରେ ଘୂରି ବୂଲିଥାଏ । ତେବେ ସଲମାନଙ୍କର ବିବାହକୁ ନେଇ ନାନା ପ୍ରକାରର କଥା ସୋସିଆଲ ମିଡିଆରୁ ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ନିଜ ବିବାହକୁ ନେଇ ଶୁଣିବାକୁ ମିଳୁଥିବା ଏକ ଖବର ଉପରେ ଟିପ୍ପଣୀ ଦେଉଥିବା ନଜର ଆସିଛନ୍ତି । ଏନେଇ ସେ ନିଜର ଭାଇ ଅରବାଜ୍ ଖାନ୍ ଙ୍କ ଶୋ’ “ପିଞ୍ଚ-୨”ରେ ନିଜର ମତ ରଖିଛନ୍ତି ।

ଏହି ଶୋ’ରେ ଅରବାଜ୍ ଗେଷ୍ଟ ମାନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଖରାପ ଟୁଇଟ୍ ପଢ଼ନ୍ତି ଏବଂ ତାକୁ ନେଇ ଗେଷ୍ଟ ମାନଙ୍କର ରିଆକ୍ସନ୍ ଦେଖନ୍ତି । ତେବେ ଅରବାଜ୍ କିଛି ଦନି ତଳେ ସଲମାନଙ୍କ ନାମରେ ଏକ ଟୁଇଟ୍ ପଢ଼ିଥିଲେ । ଯେଉଁଥିରେ ଲେଖାଯାଇଥିଲା, “କେଉଁଠି ଲୁଚିକି ବସିଛୁ ଡରୁଆ । ଭାରତରେ ସମସ୍ତେ ଜାଣିଛନ୍ତି ଯେ, ତୁ ଦୁବାଇରେ ନିଜ ସ୍ତ୍ରୀ ନୂର ଏବଂ ୧୭ ବର୍ଷର ଝିଅ ସହ ରହୁଛୁ । ଭାରତର ଲୋକମାନଙ୍କୁ କେତେ ଦିନ ଆଉ ମୁର୍ଖ ବନେଇବ?” ।

ସଲମାନ୍ ଏହି କଥା ଶୁଣିବାପରେ ତାଙ୍କୁ ଝଟକା ଲାଗିଥିଲା । ଆଉ ସେ ପଚାରିଥିଲେ, “ୟାକୁ କିଏ ଲେଖିଛି?” । ଆଉ ଏହି କଥାକୁ ଖଣ୍ଡନ କରିଥିଲେ । କହିଥିଲେ ଯେ, “ଏମାନଙ୍କୁ ଲାଗୁଛି ଯେ, ମୁଁ ସେମାନଙ୍କ ନାମ ନେଇ କିଛି କହିବି । ଭାଇ ସାହାବ୍ ମୋର କେହି ବି ପତ୍ନୀ ନାହାନ୍ତି । ମୁଁ ହିନ୍ଦୁସ୍ତାନରେ ୯ ବର୍ଷରୁ ରହିଆସୁଛି । ମୋ ବାପା ମୋ ପାଖରେ ରୁହନ୍ତି । ଆଉ ଏହାର ଉତ୍ତର ପୂରା ହିନ୍ଦୁସ୍ତାନ ଜାଣିଛି” ।

 

Get real time updates directly on you device, subscribe now.