fbpx

ଆନ୍ଦୋଳନରତ ଚାଷୀଙ୍କୁ ‘ମବାଲି’ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଧାରଣାରେ ବସିଥିବା କୃଷକଙ୍କୁ ମବାଲି କହିଲେ କେନ୍ଦ୍ରମନ୍ତ୍ରୀ । ଭାରତୀୟ ଜନତା ପାର୍ଟିର ସାଂସଦ ମିନାକ୍ଷୀ ଲେଖୀ ଏକ ସାମ୍ବାଦିକ ସମ୍ମଳନୀରେ କୃଷକଙ୍କୁ ମବାଲି ବୋଲି କହିଛନ୍ତି । ନୂଆଦିଲ୍ଲୀ ନର୍ବାଚନ ମଣ୍ଡଳୀର ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତି ସେମାନଙ୍କୁ ଚାଷୀ କୁହାଯାଇପାରିବନାହିଁ ସେମାନେ ହେଲେ ମବାଲି । କାରଣ ସମସ୍ତେ ଜାଣିଛନ୍ତି ଜାନୁଆରୀ ୨୬ରେ କ’ଣ ଘଟିଥିଲା । ଏହି ସବୁ ହେଉଛି ଅପରାଧିକ କାର୍ଯ୍ୟକଳାପ । ଜାନୁଆରୀ ୨୬ ଯାହା ଘଟିଥିଲା ତାହା ମଧ୍ୟ ଅପରାଧିକ କାର୍ଯ୍ୟକଳାପ । ବିରୋଧୀ ଏହାକୁ ସମର୍ଥନ ମଧ୍ୟ ଦେଇଥିଲେ ।

ଏହାକୁ ନେଇ ତୃଣମୂଳ କଂଗ୍ରେସର ସାଂସଦ ଡେରେକ୍ ଓ ବ୍ରାଇନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜନତା ଏହାର ଜବାବ ଭୋଟରେ ଦେବେ ।

ଦିଲ୍ଲୀ ସୀମାରେ ଦୀର୍ଘ ମାସ ଧରି ଚାଷୀମାନେ ଆଦୋଳନ କରୁଛନ୍ତି । ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଆଜି ଜନ୍ତର ମନ୍ତର ଠାରେ ଚାଷୀ ବିରୋଧ ପ୍ରଦର୍ଶନ କରିଛନ୍ତି । ସମ୍ୟୁକ୍ତ କିସାନ ମୋର୍ଚ୍ଚାର ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନ କରିବାକୁ ଅନୁମତି ମିଳିଥିଲା । ସିଙ୍ଘୁ ସୀମାରୁ ପ୍ରାୟ ୨୦୦ ଚାଷୀ ପୋଲିସ ସୁରକ୍ଷା ମଧ୍ୟରେ ବସରେ ଜନ୍ତର ମନ୍ତର ଠାରେ ପହଞ୍ଚିଥିଲେ । ଜାନୁଆରୀ ୨୬ ପରଠାରୁ ପ୍ରଥମଥର ପାଇଁ କୃଷକ ସଂଙ୍ଘକୁ ଆନ୍ଦୋଳନ କରିବାକୁ ଅନୁମତି ମିଳିଛି ।

Get real time updates directly on you device, subscribe now.