fbpx

ପ୍ରଥମ ଟି-୨୦ରେ ଚମକିଲେ ସୂର୍ଯ୍ୟ : ଶ୍ରୀଲଙ୍କା ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଶ୍ରୀଲଙ୍କା ସମ୍ମୁଖରେ ୧୬୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଚମକ୍ରାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶିଖର ଧୱନ ୪୬ ରନ୍ କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ବଲରେ ପୃଥ୍ୱୀ ଶ(୦)ଙ୍କ ୱିକେଟ ହରାଇଥିଲା । ଦ୍ୱିତୀୟ ୱିକେଟରେ ସଞ୍ଜୁ ସାମସନ(୨୭) ଓ ଶିଖର ଧୱନ୍(୪୬)ଙ୍କ ମଧ୍ୟରେ ୫୧ ରନର ଭାଗିଦାରୀ ହୋଇଥିଲା । ସାମସନ ୨୦ ବଲ ଖେଳି ୨ ଚୌକା ଓ ୧ ଛକା ସହିତ ୨୭ ରନ୍ କରିଥିଲେ । ଏହାପରେ ଅଧିନାୟକ ଧୱନଙ୍କ ସହିତ କ୍ରିଜରେ ଯୋଗ ଦେଇଥିଲେ ସୂର୍ଯ୍ୟ କୁମାର ଯାଦବ । ଉଭୟଙ୍କ ମଧ୍ୟରେ ୬୨ ରନର ପାର୍ଟନରଶିପ ହୋଇଥିବା ବେଳେ ସୂର୍ଯ୍ୟ(୫୦) ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ । ୩୪ ବଲର ସୂର୍ଯ୍ୟଙ୍କ ଇନିଂସରେ ୫ ଚୌକା ଓ ୨ ଛକା ସାମିଲ ଥିଲା । ଧୱନ ୩୬ ବଲ ଖେଳି ୪ ଚୌକା ଓ ୧ ଛକା ସହିତ ୪୬ ରନ କରିଥିଲେ । ଶେଷ ଆଡକୁ ଇଶାନ କିଶନ ୨୦(୧ଚୌକା ଓ ୧ ଛକା) ଦଳକୁ ୧୬୪ ରନରେ ପହଞ୍ଚାଇଥିଲା । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ଓ ଚମୀରା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ କରୁଣାରତ୍ନେ ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.