fbpx

ଏଣିକି ୧୧ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଯୁବପିଢ଼ିଙ୍କୁ ମିଳିବ ଆହୁରି ପାଠପଢ଼ା ସୁବିଧା । ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭର୍ଚୁଆଲ୍ ମୋଡ୍ ଦ୍ୱାରା ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବପିଢ଼ିଙ୍କୁ ଅନୁକୂଳ ବାତାବରଣ ମିଳିଲେ ସେମାନେ ଆହୁରି ଉନ୍ନତି କରିବେ । ସେହିପରି ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣ ଯଜ୍ଞର ପ୍ରମୁଖ ଅଙ୍ଗ ପାଲଟିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଏଣିକି ଅନଲାଇନ୍ ପାଠପଢ଼ା ସାଧାରଣ କଥା ହୋଇଯାଇଛି । ସେହିପରି ୧୧ଟି ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା ନେଇ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଏଣିକି ମେଡିକାଲ ପାଠପଢ଼ାରେ ଛାତ୍ରଛାତ୍ରୀଙ୍କୁ ରିଜର୍ଭେସନ୍ ମିଳିବ ବୋଲି ମଧ୍ୟ ଜଣାପଡ଼ିଛି । ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଆର୍ôଥକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ/ଡେଣ୍ଟାଲ କୋର୍ସ (ଏମବିବିଏସ୍, ଏମଡି,ଏମଏସ୍,ଡିପ୍ଲୋମା, ବିଡିଏସ, ଏମଡିଏସ) କୋର୍ସ ପାଇଁ ଓବିସି ଶ୍ରେଣୀଭୂକ୍ତ ଛାତ୍ର ଛାତ୍ରୀମାନଙ୍କୁ ୨୭ ପ୍ରତିଶତ ଓ ଆର୍ôଥକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ମଳିବ । ଅଲ ଇଣ୍ଡିଆ କୋଟା ସ୍କିମ(ଏଆଇକ୍ୟୁ) ଆଧାରରେ ଏଭଳି ସଂରକ୍ଷଣ ସୁବିଧା ମିଳିବ ଏବଂ ଏହା ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.