fbpx

୧୩୨ ଦେଶରେ ପହଞ୍ଚିଲା କରୋନାର ଡେଲ୍ଟା ଭାରିଆଣ୍ଟ, ଚେତାଇଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓ ଧୀର ଟିକାକରଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଶୁକ୍ରବାର ଦିନ WHO କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛି । WHOର ଜୁରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରେଆନ କହିଛନ୍ତି ଯେ, ଟିକାକରଣ ବିନା କରୋନା ହରାଇବା ଅସମ୍ଭବ । ଡେଲ୍ଟା ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ୧୩୨ଟି ଦେଶରେ ପହଞ୍ଚିସାରିଛି । ପ୍ରଥମଥର ଏହି ଭାରିଆଣ୍ଟ ଭାରତରେ ଚିହ୍ନଟ ହୋଇଥିଲା ।

ରେଆନ୍ କହିଛନ୍ତି, ‘ଡେଲ୍ଟା ଏକ ଚେତାବନୀ । ଏହା ଏକ ଚେତାବନୀ ଯେ ଭାଇରସ୍ ବିକଶିତ ହେଉଛି । କ୍ଷତିକାରକ ଭାରିଆଣ୍ଟ ସାମ୍ନାକୁ ଆସିବା ପୂର୍ବରୁ ଆମକୁ ସତର୍କ ରହିବାକୁ ପଡ଼ିବ । ଡେଲ୍ଟା ଅନେକ ଦେଶକୁ ପ୍ରଭାବିତ କରିଛି । କିନ୍ତୁ ଭାଇରସ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି । ଏଥିମଧ୍ୟରେ ଶାରୀରିକ ଦୂରତା, ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା,  ଖରାପ ଭେଣ୍ଟିଲେସନ୍ ଓ ଭିଡ଼ ଭିତରେ ଅଧିକ ସମୟ ନରହିବା ଆଦି ସାମିଲ ଅଛି ।’

Get real time updates directly on you device, subscribe now.