fbpx

ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ, ଶାନଦାର୍ ପ୍ରଦର୍ଶନ ସହ ଫାଇନାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି । ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି କମଲପ୍ରୀତ । କମଲପ୍ରୀତ ଭାରତକୁ ପଦକ ଦେବାକୁ ଅତି ନିକଟତର ହୋଇଛନ୍ତି । ଫାଇନାଲକୁ ଯୋଗ୍ୟତା ହାସଲ ସହ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି କମଲପ୍ରୀତ । ୨ ତାରିଖରେ ପଦକ ପାଇଁ ସେ ପ୍ରତିଦ୍ୱନ୍ଦିତା କରିବେ । ଏହା ବ୍ୟତିତ ତୀରନ୍ଦାଜ ଓ ବକ୍ସିଂରେ ଭାରତ ନିରାଶ ହୋଇଛି । ତୀରନ୍ଦାଜ ଅତନୁ ଦାଶ ଓ ବକ୍ସର ଅମିତ ହାରି ବାହାର ହୋଇଛନ୍ତି । ଦୁହେଁ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ହାରିଛନ୍ତି ।

Get real time updates directly on you device, subscribe now.