fbpx

କୋଭିଡ୍ ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇସାରିବା ପରେ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ଭୁଲନ୍ତୁ ନାହିଁ, ଜାଣନ୍ତୁ ପ୍ରୋସେସ୍

ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଟିକାକରଣ ଅଭିଯାନ ଜୋରସୋରରେ ଆଗେଇ ଚାଲିଛି । କିଛି ଲୋକ କୋଭିଡର ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ଆଉ କିଛି ଲୋକ ଉଭୟ ଡୋଜ୍ ନେଇସାରିଲେଣି । କରୋନା ଟିକା ନେଇସାରିବା ପରେ ଲୋକମାନଙ୍କୁ ଏକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ । ଏକଥା ଅନେକ ଲୋକ ଜାଣିନାହାନ୍ତି । ଆଉ କିଛି ଲୋକ ଜାଣିଥିଲେ ମଧ୍ୟ ଅବହେଳା ବା ଅଜ୍ଞତା କାରଣରୁ ଏଥିରୁ ଦୂରେଇ ରହିଥାନ୍ତି । ଆସନ୍ତୁ ଜାଣିବା କୋଭିଡ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ କିପରି ଡାଉନଲୋଡ୍ କରାଯାଏ ।

କୋୱିନ ପୋର୍ଟାଲ୍:

୧- ଆପଣ ଉଭୟ ଡୋଜ୍ ନେଇସାରିବା ପରେ ଏହି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

୨- ସର୍ବପ୍ରଥମେ ଆପଣ କୋୱିନ୍ ୱେବସାଇଟକୁ ଯାଆନ୍ତୁ ।

୩- ଏହାପରେ ୧୦ ଅଙ୍କ ବିଶିଷ୍ଟ ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ ଓ ଓଟିପି ଭରି ସାଇନ୍ ଇନ୍ କରନ୍ତୁ ।

୪- ଲଗ୍ ଇନ୍ ହୋଇଯିବା ପରେ ମୋବାଇଲ ନମ୍ବରରେ ରେଜିଷ୍ଟ୍ରେସନ ହୋଇଥିବା କିଛି ଲୋକଙ୍କ ଏକ ଲିଷ୍ଟ ଆସିଯିବ ।

୫- ଯେଉଁମାନେ ଟିକା ନେଇସାରିଛନ୍ତି, ସେମାନଙ୍କ ନାମ ଆଗରେ ‘ଭେସିନେଟେଡ୍’ ଗ୍ରୀନ କଲରେ ଲେଖାହୋଇଥିବାର ଦେଖାଯିବ ।

୬- ଏଥିସହ ‘ସାର୍ଟିଫିକେଟ’ ଲେଖାଥିବା ଏକ ଅପସନ୍ ଦେଖାଯିବ । ସେଥିରେ ଆପଣ କ୍ଲିକ୍ କରି ପିଡିଏଫ ଫର୍ମାଟରେ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

ଆରୋଗ୍ୟ ସେତୁ ଆପ୍:

୧- ଏହାଛଡ଼ା ଆରୋଗ୍ୟ ସେତୁ ଆପରୁ ମଧ୍ୟ ଆପଣ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

୨- ଆପକୁ ଖୋଲିବା ପରେ କୋୱିନ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ଓ ପରେ ‘ଭ୍ୟାକ୍ସିନେସନ୍ ସାର୍ଟିଫିକେଟ’ ଉପରେ କ୍ଲିକ୍ କରନ୍ତୁ ।

୩- ଏହାପରେ ରେଫରେନ୍ସ ଆଇଡି ଦିଅନ୍ତୁ ଓ ଏହା ପରେ ‘ଗେଟ୍ ସାର୍ଟିଫିକେଟ୍’ ଉପରେ କ୍ଲିକ୍ କରିବା ସହ ‘ଡାଉନଲୋଡ୍ ପିଡିଏଫ୍’ ଉପରେ କ୍ଲିକ୍ କରି ସାର୍ଟିଫିକେଟ୍ ଡାଉନଲୋଡ୍ କରନ୍ତୁ ।

Get real time updates directly on you device, subscribe now.