fbpx

ବିଦ୍ୟାଭାରତୀ ଦେଖେଇବେ ଡେମୋ! ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା

ଓଡ଼ିଶା ଭାସ୍କର ବ୍ୟୁରୋ: ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଦେଖାଇବେ ଡେମୋ। ବିଦ୍ୟାଙ୍କୁ ପୁଣି ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍। ଦୁର୍ଘଟଣା ସନ୍ଧ୍ୟାରେ କଣ ଘଟିଥିଲା ଓ କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ? ଏ ସମ୍ପର୍କରେ ଭଲରେ ଖୋଳତାଡ଼ କରିବ ପୋଲିସ୍।

ସୂତ୍ର ଅନୁସାରେ ପୋଲିସ ବିଦ୍ୟାଭାରତୀଙ୍କୁ  ପାରଳାଖେମୁଣ୍ଡି ଆଣିପାରେ ପୋଲିସ। ସିନ୍ ରିକ୍ରିଏସନ୍ ପାଇଁ ଗଜପତି ପୋଲିସ ଉଦ୍ୟମ କରୁଛି। ସୌମ୍ୟଙ୍କ ଶରୀର ଜଳିବା ବେଳେ ବିଦ୍ୟା କେଉଁଠି ଥିଲେ ଓ କଣ କରୁଥିଲେ ?  କେତେବେଳେ ଦେଖିଲେ ? ଲିଭାଇବାକୁ ସେ କଣ କରିଥିଲେ ? ଏମିତି ସବୁ ଦେଖାଇ ପାରନ୍ତି ଡେମୋ।

ପୋଲିସ୍ ତଦନ୍ତ ରହିଛି ବିଦ୍ୟାଭାରତୀଙ୍କ ପାଖରେ। ସେ ହିଁ କହିପାରିବେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା।
ପୋଷ୍ଟମର୍ଟମ ରିପୋର୍ଟରୁ ସୌମ୍ୟ ପୋଡ଼ିହୋଇ ମରିବା ସ୍ପଷ୍ଟ ହୋଇଛି । କିନ୍ତୁ ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.