fbpx

ବ୍ଲାକ ପଲସରରେ ଆସି ଲୁଟିନେଲେ ୪ ଲକ୍ଷ

କେନ୍ଦୁଝର(ଓଡ଼ିଶା ଭାସ୍କର): ବ୍ଳାକ ପଲସରରେ ଆସିଲେ । ଫିଲ୍ପ ଷ୍ଟାଇଲରେ ଲୁଟିଲେ । ଆଖି ପିଛୁଳାକେ ଡ଼ିକି ଭାଙ୍ଗି ଲୁଟି ନେଇ ଛୁ ହୋଇଗଲେ ୪ ଲକ୍ଷ ଟଙ୍କା । ତାହା ପୁଣି ଅନ୍ୟ କେଉଁଠୁ ନୁହଁ ତହସିଲ ଅଫିସ ସମ୍ମୁଖରୁ ଚୋରୀ ହୋଇଛି ଏହି ଟଙ୍କା । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଫିସ ସମ୍ମ୍ୁଖରେ ଦେଖିବାକୁ ମିଳିଛି ଏପରି ଘଟଣା ସୂଚନା ଅନୁଯାୟୀ ଭକ୍ତବନ୍ଧୁ ମହାନ୍ତ ନାମକ ଜଣେ ବ୍ୟକ୍ତି ପାଟଣା ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ନଗଦ ୪ ଲକ୍ଷ ଟଙ୍କା ଉଠାଇଲେ । ମୋଟର ସାଇକେଲ ଡ଼ିକିରେ ଟଙ୍କା ରଖି ନିଜ ଘରକୁ ଫେରଥିଲେ । ହେଲେ କିଛି କାମ ଥବାରୁ ସେ ପାଟଣା ତହସିଲ ଅଫିସ ପାଖରେ ଅଟକି ଥିଲେ । ଆଉ ୟାରି ଭିତରେ ଦୁର୍ବୃତ୍ତ ଘଟାଇଲେ ଏପରି କାଣ୍ଡ । ଏକ କଳା ରଙ୍ଗ ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସିଲେ । ଏଚଏଫ ଡ଼ିଲକ୍ସ ଡ଼ିକି ଭାଙ୍ଗିଲେ ଆଉ ଲୁଟ କରିନେଲେ ୪ ଲକ୍ଷ ଟଙ୍କା । ଭକ୍ତ ବନ୍ଧୁ ପାଟି କରି ତାଙ୍କୁ ଅଟକାଇବାକ ଚେଷ୍ଟା କରିଥିଲେ ସୁଦ୍ଧା ଫେରାର ହେବାରେ ଦୁବୁତ୍ତ ମାନେ ସଫଳ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଅଧିକ ତଦନ୍ତ କରୁଛି ।

ଏଠାରେ ଆମେ ମନେ ପକେଇବାକୁ ଚାହୁଁଛୁ କିଛି ମାସ ତଳେ ତୁରୁମୁଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆ ଗେଟ ସମ୍ମ୍ଖରୁ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟ ୫ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଜିଲ୍ଲାରେ ଅନେକ ବ୍ୟାଙ୍କ ରହିଛି ଆଉ ସବୁ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର କାରବାର ବି ଚାଲିଛି । ଭକ୍ତବନ୍ଧୁ ଫେରି ଆସି ଦେଖିଲା ବେଳକୁ ସେମାନେ ଚମ୍ପଟ ମାରିବାକୁ ପ୍ରସ୍ତୁତ ହେଉଥିଲେ । ସେ ପାଟି କରି ରୋକିବା ଚେଷ୍ଟା ବି କଲେ । କିନ୍ତୁ ଦୁର୍ବୃତ୍ତ ମାନେ ଚାହୁଁ ଚାହୁଁ ସେଠୁ ଫେରାର ହୋଇ ଯାଇଥବା ଜଣା ପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.