ବିଦ୍ୟୁତ ବିଭାଗର ବେପରୁଆ ନିତି ପାଇଁ ଟଳି ପଡିଲେ ଚାଷୀ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଯାଇଥିବାବେଳେ ବିଦ୍ୟୁତ ଆଘାତରେ ଚାଲିଯାଇଛି ତାଙ୍କର ଜୀବନ । ବିଲରେ ଧାନ ଚାଷ ପାଇଁ ଗଭୀର ନଳକୂପ ଦ୍ୱାରା ଚାଷ ଜମିକୁ ଜଳସେଚିତ କରାଯାଉଥିଲା । ସେଥିରେ ସଂଯୁକ୍ତ ହୋଇଥିବା ବିଦ୍ୟୁତ ତାର ତଳକୁ ଓହଳି ରହିଥିଲା । ଗଣେଷ ସେହି ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ଲାଗି ପ୍ରାଣ ହାନି ଘଟିଛି ।
ସେପଟେ ବିଦ୍ୟୁତ୍ ବିଭାଗକୁ ଅନେକ ଥର ତାର ଓହଳି ଥିବା ଜଣାଇଥିଲେ ମଧ୍ୟ ଏଥି ପ୍ରତି ବିଦ୍ୟୁତ୍ ବିଭାଗ କର୍ଣ୍ଣପାତ କରିନଥିଲେ ଯାହାର ଫଳ ସ୍ୱରୁପ ଜଣେ ଚାଷୀଙ୍କ ଜୀବନ ଗଲା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି, କ୍ଷତି ପୂରଣ ଦାବି ନେଇ ପରିବାର ଓ ଗ୍ରାମବାସୀ ପୋଲିସ୍ ଗାଡି ଆଗରେ ବସିବା ସହ ୨ ଘଣ୍ଟା ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଛନ୍ତି ୨ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି ଗ୍ରାମବାସୀ । ଖବର ପାଇ ଏସ.ଡି.ପିଓ. ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଛନ୍ତି ।