fbpx

୩୬୪ ରନ୍ ରେ ଭାରତ ଅଲଆଉଟ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଲର୍ଡ୍ସଠାରେ ଖେଳାଯାଉଛି। ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସରେ ୩୬୪ ରନ କରି ଅଲଆଉଟ ହୋଇଛି । ଭାରତ ପକ୍ଷରୁ କେ.ଏଲ ରାହୁଲ ୧୨୯, ରୋହିତ ଶର୍ମାଙ୍କ ୮୩ ରନ୍ । ଅଧିନାୟକ କୋହଲି ୪୨ ରନ୍, ରିଷବ ପନ୍ଥ ୩୭ ରନ୍ କରି ଆଉଟ୍ ଶେଷ ୱିକେଟ ଭାବେ ୪୦ ରନରେ ଆଉଟ ହେଲେ ରବୀନ୍ଦ୍ର ଜାଡେଜା । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନଙ୍କୁ ୫ଟି ୱିକେଟ୍ ହାସଲ କରିଛନ୍ତି ।

ଇଂଲଣ୍ଡର ପ୍ରଥମ ଇନିଂସ ଆରମ୍ଭ ହୋଇଛି । ଇଂଲଣ୍ଡ ପାଇଁ ରୋରୀ ବର୍ନସ୍ ଏବଂ ଡୋମ୍ ସିବିଲି ଖୋଲିବାକୁ ଆସିଛନ୍ତି ।

Get real time updates directly on you device, subscribe now.