fbpx

ଟି-୨୦ ବିଶ୍ୱକପ୍‌କୁ ନେଇ ଆଇସିସିର ବଡ଼ ନିଷ୍ପତ୍ତି: ପ୍ରତି ଦେଶର ୧୫ ଖେଳାଳି, ୮ ଅଫିସିଆଲ୍‌ଙ୍କୁ ଅନୁମତି

ଅତିରିକ୍ତ ଖେଳାଳିଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଟିମ୍

ଦୁବାଇ: ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରି୍‌ ପର୍ଯ୍ୟନ୍ତ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଯାଉଥିବା ଟି- ୨୦ କ୍ରିକେଟ ବିଶ୍ୱକପରେ ଅଂଶ ଗ୍ରହଣକାରୀ ଦେଶର କେବଳ ୧୫ ଖେଳାଳି ଓ ୮ ଅଫିସିଆଲ ଯୋଗ ଦେଇ ପାରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ କରୋନା କାରଣ ନେଇ ପ୍ରତି ଦେଶ କିଛି ସଂଖ୍ୟକ ଅତିରିକ୍ତ ଖେଳାଳିଙ୍କୁ ଆଣି ପାରିବେ । ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ଅଂଶ ଗ୍ରହଣକାରୀ ଦେଶ ସେମାନଙ୍କର ଚୂଡାନ୍ତ ୧୫ ଜଣ ଖେଳାଳି ,୮ ଅଫିସିଆଲ ଓ ଅତିରିକ୍ତ ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ପଡିବ ।

ଆଇସିସି ଆହୁରି ମଧ୍ୟ କହିଛି ଯେ, ଆମେ ୧୫ ଖେଳାଳି ଓ ୮ ଅଫିସିଆଲଙ୍କ ବ୍ୟତିତ ଅଧିକ ଖେଳାଳି ଓ କର୍ମକର୍ତ୍ତାଙ୍କ ବ୍ୟୟଭାର ସମ୍ଭାଳିବା ଅସମ୍ଭବ । ତେଣୁ ପ୍ରତି ଦେଶ ସେମାନଙ୍କର ଅତିରିକ୍ତ ଖେଳାଳିଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ । ସେହିପରି ଆଠ ଅଫିସିଆଲଙ୍କ ମଧ୍ୟରେ ଦଳର କୋଚ ଓ ସପୋର୍ଟ ଷ୍ଟାଫ ରହିବେ । କରୋନା ଓ ବାୟୋ-ସିକ୍ୟୁୟର ବବଲ କାରଣ ନେଇ ଅଧିକ ସଂଖ୍ୟକ ଖେଳାଳି ଓ କର୍ମକର୍ତ୍ତାଙ୍କୁ ଅନୁମତି ଦିଆଯାଇ ପାରିବ ନାହିଁ । ଅତିରିକ୍ତ ଖେଳାଳିଙ୍କୁ ଆଣିବାର ଏକମାତ୍ର ମୁଖ୍ୟକାରଣ ହେଲା ଯେ କୌଣସି ଦଳର ଖେଳାଳି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ,ତେବେ ତାଙ୍କ ସ୍ଥାନରେ ଅତିରିକ୍ତ ଖେଳାଳିଙ୍କ ମଧ୍ୟରୁ କାହାକୁ ଦଳରେ ସାମିଲ କରାଯାଇ ପାରିବ । ତେବେ ଚୂଡାନ୍ତ ଦଳ କ୍ୱାରେଣ୍ଟାଇନରେ ରହିବାର ପାଞ୍ଚ ଦିନ ମଧ୍ୟରେ କୌଣସି ଦଳ ଯଦି ଖେଳାଳି ପରିବର୍ତ୍ତନ କରିବାକୁ ଚାହିଁବେ ,ତେବେ ତାହା ଗ୍ରହଣ ଯୋଗ୍ୟ ହେବ ।

Get real time updates directly on you device, subscribe now.