fbpx

ବିସ୍ଥାପିତ ବସ୍ତିରେ ’ସ୍ଵାଧୀନତା’ର ସଙ୍ଗୀତ ଗାନ, କଟକରେ ଏମିତି ପାଳିଲେ ସମାଜସେବୀ

ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ଦେଶ ପାଳିଛି ଏହାର ୭୫ତମ ସ୍ଵାଧୀନତା ଦିବସ। ଖୁବ ହର୍ଷ ଉଲ୍ଲାସର ସହିତ ସବୁଠି ଶୁଭିଛି ଜନ-ଗଣ-ମନ… ସଂଗୀତର ସୁର। ମହାମାରୀ କରୋନା ଲାଗି କଟକଣା ମଧ୍ୟରେ ପାଳିତ ହୋଇଛି ସ୍ଵାଧୀନତାର ସ୍ମୃତି ସମାରୋହ। ଠିକ୍‌ ସେହିପରି କଟକର ଜଣେ ସ୍ଵେଚ୍ଛାସେବୀ ବିସ୍ଥାପିତଙ୍କ ବସ୍ତିରେ ପାଳିଛନ୍ତି ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ।

କଟକର ବାଲିସାହି ନୂତନ ବିସ୍ଥାପିତ ବସ୍ତିରେ ପାଳିତ ହୋଇ ଯାଇଛି ସ୍ଵାଧୀନତା ଦିବସ ସମାରୋହ। ଏଥିରେ ବିଶିଷ୍ଟ ସମାଜସେବୀ ତଥା ଲଢୁଆ ବସ୍ତି ନେତା ବୃନ୍ଦାବନ ଦାସ ଆଜାଦ ପତାକା ଉତ୍ତୋଳନ କରିଥିଲେ। ସମବେତ ଜନତା ଜାତୀୟ ସଙ୍ଗୀତ ଗାନ କରିବାବେଳେ ଗୁଞ୍ଜରିତ ହୋଇଥିଲା ସ୍ଵାଧୀନତାର ସୁର। ଏହା ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶ୍ରୀ ଆଜାଦଙ୍କ ବ୍ୟତୀତ ସଞ୍ଜୟ କୁମାର ନାୟକ, ମୁରଲୀ ବେହେରା, ମଦନ ସୋରେନ୍, ଭଜହରି ମାର୍ଣ୍ଡିଂ, ବନା ଦିଗ୍ ମୁଣ୍ଡା, ଶରତ ବିଶ୍ୱାଳ, ହୀରା ମୁର୍ମୁ, ଯଶ୍ମିନୀ  ବିଶ୍ୱାଳ, ମନ୍ଦୋଦୋରୀ ବିଶ୍ୱାଳ, ଟି କବିତା, ପାର୍ବତୀ ମୁର୍ମୁ ପ୍ରମୁଖ ସାମିଲ୍‌ ହୋଇଥିଲେ କାର୍ଯ୍ୟକ୍ରମରେ।

Get real time updates directly on you device, subscribe now.