ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ଆଫଗାନିସ୍ତାନ ଉପରେ ରହିଥିବା ବେଳେ ଆଉ ଏକ ଦକ୍ଷୀଣ ଏସୀୟ ରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ସଙ୍କଟ । ଆସ୍ଥା ଭୋଟରେ ବିଫଳ ହେବା ପରେ ସୋମବାର ଇସ୍ତଫା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୁହୟିଦ୍ଦିନ ୟାସିନ । ୟାସିନ ଆସ୍ଥା ଭୋଟରେ ପରାଜିତ ହେବା ପରେ ମାଲେସିଆର ରାଜାଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।
ମାତ୍ର ୧୮ ମାସ ତଳେ ୟାସିନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ପ୍ରଥମେ ବିଜ୍ଞାନ ମନ୍ତ୍ରୀ ଖାଇରୀ ଜମାଲୁଦ୍ଦିନ ଇନଷ୍ଟାଗ୍ରାମରେ ୟାସିନଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ମୋନାର୍କ(ରାଜା)ଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ ୟାସିନ । ଏହା ସହିତ ୟାସିନ କମ ସମୟ ଶାସନଭାର ସମ୍ଭାଳିଥିବା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ୟାସିନଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ହାସଲ ପାଇଁ ଅନ୍ୟ ସହଯୋଗୀଙ୍କ ପକ୍ଷରୁ ପ୍ରୟାସ କରାଯିବା ସହିତ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି ।