fbpx

ତାଲିବାନୀ ଆତଙ୍କ: ଭାରତୀୟଙ୍କୁ ଉଦ୍ଧାର ଲାଗି ହପଞ୍ଚିଲା ସ୍ୱତନ୍ତ୍ର ବିମାନ, ଜାଣନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ତେବେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ କାବୁଲରେ ପହଞ୍ଚି ସାରିଛି । ସୂଚନା ଅନୁସାରେ ଭାରତର ପ୍ରାୟ ୫୦୦ ଅଧିକାରୀ ଓ ସୁରକ୍ଷା କର୍ମଚାରୀ ଆଫଗାନିସ୍ତାନରେ ଫସି ରହିଥିବା ଜଣାପଡ଼ିଛି । ତେବେ ଖରାପ ପାଣିପାଗ ଯୋଗୁ ସି-୧୭ ଗ୍ଲୋବମାଷ୍ଟର୍ ବିମାନକୁ ସୋମବାର ସକାଳେ ତାଜିକିସ୍ତାନରେ ଅବତରଣ କରିବାକୁ ପଡ଼ିଥିଲା । ପରେ ଏହି ବାୟୁସେନା ବିମାନ କାବୁଲ୍ ପହଞ୍ଚି ସାରିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନ ଏହାର ଘରୋଇ ବିମାନ ଉଡ଼ାଣକୁ ବନ୍ଦ କରିଦେଇଛି । କିନ୍ତୁ ମିଲିଟାରୀ ବିମାନ ଜରିଆରେ ଲୋକଙ୍କୁ ସେଠାରୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କାବୁଲ୍ ପହଞ୍ଚିବା ପାଇଁ ପାକିସ୍ତାନ ଏୟାରସ୍ପେସ୍ ବଦଳରେ ଭାରତୀୟ ବାୟୁସେନା ଇରାନ୍ ଆକାଶ ମାର୍ଗ ଦେଇ ଯାଇଥିଲେ । କାରଣ ଏକମାସ ପୂର୍ବେ ଭାରତୀୟ ବାୟୁସେନା ବିମାନ କନ୍ଧାରସ୍ଥିତ ଭାରତୀୟ କନ୍ସୁଲେଟ୍ ଅଧିକାରୀଙ୍କୁ ନେଇ ଆସୁଥିବାବେଳେ ପାକିସ୍ତାନ ନିଜ ଆକାଶ ମାର୍ଗରେ ଯିବାକୁ ଅନୁମତି ଦେଇନଥିଲା । ତେବେ ସେ ଯାହାହେଉ କାବୁଲ ବିମାନ ବନ୍ଦରରେ ଭିଡ଼ ଜମି ଯାଇଛି ଲୋକଙ୍କ ହୋ-ହଲ୍ଲା ମଧ୍ୟରେ କରୁଣ ଆର୍ତ୍ତନାଦର ସ୍ୱର ଭାସି ଆସୁଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଅଶ୍ରଫ୍ ଘନି ଦେଶ ଛାଡ଼ିବା ପରେ ତାଲିବାନମାନେ ରାଜଧାନୀ କାବୁଲ୍ ନିଜ ଅକ୍ତିଆରକୁ ନେବା ସହ ଦୁଇ ଦଶନ୍ଧିର ଏକ ଅଭିଯାନକୁ ଅନ୍ତ କରିଦେଇଥିଲେ । ଆମେରିକା ଓ ସହଯୋଗୀ ରାଷ୍ଟ୍ରମାନେ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା ବିଫଳ ପାଲଟିଥିବାବେଳେ ଜଣେ ଶୀର୍ଷ ଅଧିକାରୀଙ୍କ କହିବା ଅନୁସାରେ ଆମେରିକାକୁ ଆତଙ୍କୀ ଆକ୍ରମଣର ଆଶଙ୍କା ରହିଛି । ଏହାକୁ ନେଇ ବିଶ୍ୱବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.