fbpx

ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ତାଲିବାନୀଙ୍କ ମଧ୍ୟରେ  ଦୁଇ ଭାରତୀୟ ସାମିଲ, ଭିଡିଓ ସେୟାର କଲେ ଶଶି ଥରୁର

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଦମନକାରୀ ଶାସନ ଆରମ୍ଭ ହୋଇ ଯାଇଛି । କାବୁଲ ସହିତ ଅନ୍ୟ ସହରର ସଡକରେ ଭୟର ବାତାବରଣ ରହିଛି । ତାଲିବାନୀ ଗାଡି ଅଟକାଇ ଲୋକଙ୍କ ତଲାସି ନେଉଛନ୍ତି । ଏଥିସହ ଲୋକଙ୍କ ସହ ଦୁର୍ବ୍ୟବହାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏହା ମଧ୍ୟରେ କଂଗ୍ରେସ ନେତା ଶଶି ଥରୁର ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ତାଲିବାନକୁ ନେଇ ବଡ ଖୁଲାସା କରିଛନ୍ତି । ଥରୁର କହିଛନ୍ତି, ଆତଙ୍କ ଖେଳାଉଥିବା ତାଲିବାନରେ ଦୁଇ ଭାରତୀୟ ମଧ୍ୟ ସାମିଲ୍ ଅଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ଦୁଇ ବ୍ୟକ୍ତି କେରଳର ବାସିନ୍ଦା । ଉଭୟ ମାଲାୟାଲମ ଭାଷାରେ କଥା ହେଉଥିବା ଥରୁର କହିଛନ୍ତି ।

ତିରୁଭନନ୍ତପୁରମର ସାଂସଦ ଶଶି ଥରୁର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଏହି ଦୁଇ ଜଣ ଲୋକଙ୍କ ହାତରେ ବନ୍ଧୁକ ରହିଛି ଏବଂ ଉଭୟ ମଲୟାଲି ଭାଷାରେ କଥା ହେଉଛନ୍ତି । ଭିଡିଓ ସେୟାର କରି ଥରୁର ଲେଖିଛନ୍ତି, ସେମାନଙ୍କୁ ଶୁଣି ଏମିତି ଲାଗୁଛି, ସେଠାରେ ଦୁଇ ଜଣ ମଲୟାଲି ତାଲିବାନ ଅଛନ୍ତି । ସେଥିରୁ ଜଣେ ୮ ସେକେଣ୍ଡ ପର୍ଯ୍ୟନ୍ତ ମଲୟାଲି କହୁଛି ଏବଂ ଅନ୍ୟଟି ତାକୁ ଶୁଣୁଛି ।

 

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, କାବୁଲର ବାହ୍ୟ ଇଲାକାରେ ପହଞ୍ଚିବା ପରେ ଜଣେ ତାଲିବାନୀ ଖୁସିରେ ରାସ୍ତା ଉପରେ ବସି କାନ୍ଦୁଛନ୍ତି । ଅନ୍ୟ ଜଣକ ତାକୁ କିଛି ବୁଝାଇବାକୁ ଚେଷ୍ଟା କରୁଛି । ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । କେବଳ ଏତିକି ନୁହେଁ ଭାରତରେ ମଧ୍ୟ ଅନେକ ତାଲିବାନ ପ୍ରେମୀ ଅଛନ୍ତି । ଯେଉଁମାନେ ତାଲିବାନର ଆଫଗାନ କବଜା ପରେ ଏଠାରେ ଖୁସି ମନାଉଛନ୍ତି।

 

Get real time updates directly on you device, subscribe now.