fbpx

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ମୋତିଆବିନ୍ଦୁ ସର୍ଜରୀ ସଫଳ, ଡିସଚାର୍ଜ ପରେ ଭବନକୁ ଫେରିଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଗୁରୁବାର ଦିନ ମୋତିଆବିନ୍ଦୁ ସର୍ଜରୀ ସଫଳ ହୋଇଛି । ତେଣୁ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ରାଷ୍ଟପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଭବନ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ,ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋତିଆବିନ୍ଦୁ ସର୍ଜରୀ ସେନା ହସ୍ପିଟାଲ(ରେଫରାଲ୍ ଆଣ୍ଡ ରିସର୍ଚ୍ଚ), ନୂଆଦିଲ୍ଲୀରେ କରାଯାଇଥିବା ବେଳେ ତାହା ସଫଳ ହୋଇଛି । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ ତାରିଖରେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା । ଯାହା ସଫଳ ହୋଇଥିଲା । ଏହାପରେ ତାଙ୍କୁ ଏପ୍ରିଲ୍ ୧୨ ତାରିଖରେ ଡିସଚାର୍ଜ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ମାର୍ଚ୍ଚ ୨୬ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହାପରେ ତାଙ୍କୁ ନେଇ ଦିଲ୍ଳୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 

Get real time updates directly on you device, subscribe now.