fbpx

ଗାଡି ସହିତ ଚାଳକଙ୍କୁ ବି କ୍ରେନ ସହାୟତାରେ ଉଠାଇ ନେଲା ପୋଲିସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ନୋ ପାର୍କିଙ୍ଗରେ ରହିଥିଲା ବାଇକ । ଏହାପରେ ପୋଲିସ ଆସି ବାଇକ ଟିକୁ କ୍ରେନ ଜରିଆରେ ଉଠାଇ ନେଇଛି । ହେଲେ ମଜାଦାର କଥା ହେଉଛି ବାଇକ ଟିକୁ ଚାଳକ ଙ୍କ ସହିତ ଏକାସାଙ୍ଗରେ ଉଠାଇନେଇଛି । ଯାହାର ଏକ ଭିଡିଓ ଖୁବ ଭାଇରଲ ହେଉଛି । ତେବେ ଭିଡିଓ ଟି ମହାରାଷ୍ଟ୍ରର ହୋଇଥିବା ସୂଚନାରୁ ଜଣାପଡିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପୁଣେରେ ଜଣେ ବାଇକ୍ ଚାଳକ ବେଆଇନ୍‌ ପାର୍କିରେ ଗାଡି ରଖି ଉପରେ ନିଜେ ବସିଥାନ୍ତି । ପୋଲିସ ଘଟଣାସ୍ଥଳର ପହଞ୍ଚି ନୋ ପାର୍କିରୁ ଗାଡ଼ିକୁ ହଟାଇବାକୁ କହିଥିଲେ । କିନ୍ତୁ ଯୁବକ ଜଣଙ୍କ ଅରାଜି ହୋଇଥିଲେ । ଗାଡ଼ି ନୋ ପାର୍କିଂ ଜୋନ୍‌ରେ ରହିଥିବାରୁ ବାଇକ୍‌ ସହ ଯୁବକଙ୍କୁ କ୍ରେନ୍‌ ସହାୟତାରେ ଉଠାଇଥିଲା ପୋଲିସ । ଶେଷରେ ନିଜ ଭୁଲ୍‌କୁ ମାନିଥିଲେ ଯୁବକ ଏବଂ ଜୋରିମାନା ମଧ୍ୟ ଦେଇଥିଲେ । ସେପଟେ କିନ୍ତୁ ପୁରା ଘଟଣାକ୍ରମର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.