fbpx

ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ ମାନଙ୍କ କବଜାରେ ରହିଛି । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଯୁଦ୍ଧଗ୍ରସ୍ତ ଦେଶରୁ ଫେରୁଥିବା ଲୋକମାନଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟିକାକରଣ କରାଯାଉଛି ।

ତେବେ ଏହି ଟିକା ଦିଆଯିବାର କାରଣ ହେଲା ଆଫଗାନିସ୍ତାନ ଏବଂ ପାକିସ୍ତାନରେ ପୋଲିଓ ଆଜି ବି ଏଣ୍ଡେମିକ୍ ଅବସ୍ଥାରେ ରହିଛି । ଅର୍ଥାତ୍ ନିୟମିତ ଭାବେ ଏହି ଦୁଇ ଦେଶର ଲୋକମାନଙ୍କ ଠାରେ ବ୍ୟାପୁଥିବା ଦେଖିବାକୁ ମିଳିଛି । ତେବେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ, ଆଫଗାନିସ୍ତାନରୁ ଫେରୁଥିବା ଲୋକମାନଙ୍କୁ ପୋଲିସ୍ ବିରୋଧରେ ମାଗଣା ଟିକା ପ୍ରଦାନ କରୁଛୁ ।

Get real time updates directly on you device, subscribe now.