fbpx

ଛୋଟ ଛୋଟ କଥାରେ ରାଗିବା ଓ ଚିଡ଼ିବା ମାନସିକ ରୋଗ ନୂହେଁ ତ! ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣଙ୍କ ଚାରିପାଖରେ କିଛି ଲୋକ ନିଶ୍ଚୟ ଭାବରେ ରହିଥିାବେ ଯେଉଁ ମାନେ ଛୋଟ ଛୋଟ କଥାରେ ପାଟି କରିବା ଏବଂ ଚିଡ଼ି ଯିବା ପରି ବ୍ୟବହାର କରୁଥିବେ । ଏହା ଛଡ଼ା କିଛି ଜଣ ଦିନ ତମାମ ରାଗରେ ମୁଡ଼୍ ରେ ରହୁଛନ୍ତି । ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ, ଏସବୁ ହେଉଛି ଡିପ୍ରେସନ୍ ର ଲକ୍ଷଣ । ଏଭଳି ସ୍ଥିତିରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଜଣାଇବା ଆବଶ୍ୟକ । ଏଥିସହ ସେମାନଙ୍କ ଶାନ୍ତ ହେବାପାଇଁ ବୁଝାଇବା ଆବଶ୍ୟକ । କାରଣ ଏହା ବଢ଼ିବା ଦ୍ୱାରା ସେମାନଭ୍କ ପୀଡ଼ିତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

ସେହିପରି କିଛି ଲୋକ ବହୁ ଥକିପଡ଼ିବା ପରି ବ୍ୟବହାର କରନ୍ତି । ଅନେକ ସମୟରେ ସେମାନେ କିଛି କାମ ନକରି ମଧ୍ୟ ଥକି ଯାଆନ୍ତି । ପ୍ରକୃତରେ ଯେଉଁ ମାନେ ସବୁ ବେଳେ ନକାରାତ୍ମକ କଥା ଭାବନ୍ତି ବା ଚିନ୍ତା କରନ୍ତି ସେମାନଙ୍କ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ । ଆଉ ସେମାନେ ଶୀଘ୍ର ଥକି ଯାଆନ୍ତି । ଏହି ସ୍ଥିତି ଡିପ୍ରେସନ୍ ର ଲକ୍ଷଣ ହୋଇପାରେ । ତେଣୁ ଏହାକୁ ହାଲୁକା ଭାବରେ ଆଦୌ ଦିଅନ୍ତୁ ନାହିଁ ।

ଏଭଳି ପରିସ୍ଥିତିରେ ଆପଣ ନିଜର ମନ କଥା ନିଜର ବନ୍ଧୁ କିମ୍ବା ପରିବାର ଲୋକଙ୍କ ସହ ବାଣ୍ଟନ୍ତୁ । ମନରେ ଯାହା ବି ରହିଛି ଖୋଲି କୁହନ୍ତୁ । ଏପରି କରିବା ପାଇଁ ବିଶେଷଜ୍ଞ ମାନେ ମଧ୍ୟ ପରାମର୍ଶ କରିଥାନ୍ତି । ଆଉ ଯଦି ଏହା ଦିନକୁ ଦିନ ବଢ଼ୁଛି ତେବେ ଆପଣ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ ।

ଯଦି ଆପଣ କୌଣସି କାର୍ୟ୍ୟରେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରୁନାହାନ୍ତି, ତେବେ ଅତୀତର କୌଣସି ଭୁଲ ଆପଣଙ୍କୁ ବାରମ୍ବାର ଦୋଷୀ ମନେ କରୁଥାଇପାରେ । ଯେଉଁଥିପାଇଁ ଆପଣ ନିଜକୁ କଷ୍ଟ ଦେଉଥାଇପାରନ୍ତି । ଆପଣ ଏଭଳି ସ୍ଥିତିରେ ଡ୍ରଗ୍ସ ନେବାକୁ କିମ୍ବା ଆତ୍ମହତ୍ୟା ଚିନ୍ତା କରିବାକୁ ଚାହୁଁଛନ୍ତି । ତେଣୁ ଆପଣ ନିଶ୍ଚିତ ଭାବରେ ଡିପ୍ରେସନ୍ ଆଡକୁ ଗତି କରିଛନ୍ତି ।

Get real time updates directly on you device, subscribe now.