fbpx

ମଶା, କାହାକୁ କମ୍ ତ କାହାକୁ ଅଧିକ କାମୁଡ଼ିଥାନ୍ତି, ଏପରି କାହିଁକି ହୁଏ ଜାଣିଛନ୍ତି କି? ପଢ଼ନ୍ତୁ ଏହି ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ଥର ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ କିଛି ଲୋକଙ୍କୁ ମଶା ଅଧିକ ଥର କାମୁଡ଼ନ୍ତି ଓ ସେମାନଙ୍କ ଉପରେ ମଶା ମାନେ ଅଧିକ ସମୟ ଧରି ବୁଲିଥାନ୍ତି । ଆପଣ କେବେ ଭାବିଛନ୍ତି ଏହା କାହିଁକି ହୁଏ? କାହିଁକି ମଶା କିଛି ଜଣଙ୍କୁ କମ୍ ତ କିଛି ଙ୍କୁ ଅଧିକ ଥର କାମୁଡ଼ିଥାଏ ? ଚାଲନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।

ପ୍ରଥମେ ତ ଜାଣନ୍ତୁ ମଶା ମାନେ ଆମ ପାଖରେ ପହଞ୍ଚନ୍ତି କିପରି? କହିବାକୁ ଗଲେ ଆମେ ବାୟୁରେ ଛାଡ଼ୁଥିବା ଅଙ୍ଗାରକାମ୍ଳ ଦ୍ୱାରା ଆମ ପାଖରେ ପହଞ୍ଚିଥାନ୍ତି । ସେମାନଙ୍କୁ ୧୦ରୁ ୫୦ ମିଟର୍ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳର ବାସନା ଆସିଥାଏ । ସେମାନେ ମଣିଷଙ୍କୁ ୫ରୁ ୧୫ ମିଟର ଦୁରରୁ ମଣିଷଙ୍କୁ ଦେଖିପାରନ୍ତି । ଏହାପରେ ସେମାନେ ଭିଜୁଆଲ୍ସକୁ ବ୍ୟବହାର କରି ଆମ ପାଖାପାଖି ହୋଇଯାଆନ୍ତି ଓ ଶରୀରର ତାପମାତ୍ରାଙ୍କୁ ଲକ୍ଷ୍ୟ କରି ସ୍ଥିର କରନ୍ତି କାହାକୁ କାମୁଡ଼ିବେ କାହାକୁ କାମୁଡ଼ିବେ ନାହିଁ ।

ଏବେ ଜାଣିବା ମଶା କେଉଁ ମାନଙ୍କୁ ଅଧିକ କାମୁଡ଼ିଥାନ୍ତି

ଏହାର ଅନେକ ପ୍ରକାରର କାରଣ ରହିଥାଏ । ଏଥି ମଧ୍ୟରୁ ପ୍ରଥମ କାରଣଟି ହେଲା ଯେଉଁ ମାନଙ୍କ ଶରୀରରେ ଲାକ୍ଟିକ୍ ଏସିଡ୍ ର ମାତ୍ରା ଅଧିକ ମାତ୍ରାରେ ରହିଥାଏ ସେମାନଙ୍କୁ ମଶା ଅଧିକ କାମୁଡ଼ିଥାଏ । ଏହା ବ୍ୟତୀତ ବୈଜ୍ଞାନିକଭ୍କ ଦ୍ୱାରା ହୋଇଥିବା ରିସର୍ଚ୍ଚ ମୁତାବକ, O ବ୍ଲଡ୍ ଗ୍ରୁପ୍ ଲୋକଙ୍କୁ ଏବଂ ଯେଉଁ ମାନେ ଶାରୀରିକ ପରିଶ୍ରମ କମ୍ କରିଥାନ୍ତି ସେହି ମାନଙ୍କୁ ମଶା ଅଧିକ କାମୁଡ଼େ ।

ଅନ୍ୟପଟେ ଆଉ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ଯେଉଁମାନେ ଲାଲ୍, ନୀଳ, ବାଇଗଣୀ, କଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି ସେମାନଙ୍କୁ ମଶା ଅଧିକ କାମୁଡ଼େ । ଏଥିସହିତ ବିୟର୍ ପିଉଥିା ଲୋକଙ୍କୁ ବି ମଶା କାମୁଡ଼ାର ଶିକାର ହୁଅନ୍ତି । କାରଣ ସେମାନଙ୍କ ସେମାନଙ୍କ ଶରୀରରେ ଇଥାନଲ୍ ର ମାତ୍ରା ବଢ଼ିଥାଏ । ଯାହାଦ୍ୱାରା ମଶା ମାନେ ଅଧିକ ଆକର୍ଷିତ ହୋଇଥାନ୍ତି ।

Get real time updates directly on you device, subscribe now.